ମହିଳାକୁ ଟାଣିନେଲା କୁମ୍ଭୀର
ରାଜନଗର ବ୍ଲକ ଚାନ୍ଦିବାଉଁସମୂଳ ପଂଚାୟତ ହାତିଆଗଡ଼ି ଗାଁ ଭିତରୁ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ମହିଳା ଜଣଙ୍କ ନିଜ ପୋଖରୀରେ ବାସନ ମାଜୁଥିବାବେଳେ କୁମ୍ଭୀର ମହିଳାଙ୍କୁ ଟାଣି ନେଇଛି । କୁମ୍ଭୀର ପୋଖରୀ ମଧ୍ୟରୁ ମହିଳାଙ୍କୁ ଟାଣି ନେଇ ନିକଟରେ ଥିବା ଚରଡ଼ିଆ ନାଳ ମଧ୍ୟରେ ଥିବା ଦଳ ମଧ୍ୟରେ ବୁଡାଇ ଦେଇଛି । ନିକଟରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁରେ ରଜରେ ଘଟିଥିଲା ଅଘଟଣ । ଶୌଚ ପାଇଁ ଯାଇଥିବାବେଳେ ବ୍ରାହ୍ମଣୀ ନଦୀକୂଳରୁ ନାବାଳକକୁ ଝାମ୍ପିନେଇଥିଲା କୁମ୍ଭୀର । ପ୍ରଥମେ ମାକୁ ଟାଣିନେଲାବେଳେ ବର୍ତ୍ତି ଯାଇଥିଲେ । ପରେ ନାବାଳକଙ୍କୁ ଟାଣି ନେଇଥିଲା କୁମ୍ଭୀର । ନାବାଳକ ଜଣଙ୍କ ନିମପୁର ଗ୍ରାମର ଆଶୁତୋଷ ଆଚାର୍ଯ୍ୟ । ଲୋକମାନଙ୍କ ଦ୍ୱାରା ଖୋଜାଖୋଜି ପରେ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା ।
