ଚାରିକାନ୍ଧ ନମିଳିବାରୁ ଟ୍ରଲିରେ ବୁହା ହେଲା ଶବ
ଶବକୁ ମିଳିଲାନି ଚାରି କାନ୍ଧ । ଟ୍ରଲିରେ ବୁହା ହେଲା ଶବ । ଭାଇଚାରା ସହର କଟକରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ନାଁ ମିଳିଲା ଆତ୍ମୀୟ ପରିଜନଙ୍କ କାନ୍ଧ ନାଁ ମିଳିଲା ମହାପ୍ରୟାଣ ଗାଡି । ଘଟଣା ଗତରବିବାର କଟକ ଶେଖ୍ ବଜାର ୱାର୍ଡ ନଂ ୧୪ ଅଞ୍ଚଳର ସୀମାଞ୍ଚଳ ବେହେରାଙ୍କ ସନ୍ଧ୍ୟା ସମୟରେ ଆକସ୍ମିକ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଏକ ମାତ୍ର ଭଉଣୀ ଛଡା ଆଉ କେହି ତାଙ୍କର ନାହାନ୍ତି । ତେଣୁ ସେ ପଡୋଶୀ ସାହି ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ ବି ପଡୋଶୀ କି ସାହି ଲୋକ କେହି ଆସିନଥିଲେ । ଦୀର୍ଘ ସମୟ ଧରି ଘରେ ମୃତ୍ୟୁ ଦେହ ପଡି ରହିଥିଲା । ଖବର ପାଇ ଶେଷରେ କିଛି ସମାଜ ସେବୀ ପହଁଞ୍ଚି ମହାପ୍ରୟାଣ ଗାଡିକୁ ଫୋନ କରିଥିଲେ ବି ଆସିନଥିଲା । ତେଣୁ ନିଜ ଉଦ୍ୟମରେ ମୃତ୍ୟୁ ଦେହକୁ କୋକେଇ ଯୋଗେ ଅଧା ବାଟ ନେଇଥିଲେ ପରେ ସବକୁ ବର୍ଷାରେ ଟେକି ନେବା ସମ୍ଭବ ନ ହେବାରୁ ଟ୍ରଲିରେ ନେଇ ସତୀଚଉରା ସ୍ମଶାନରେ ସତ୍କାର କରିଥିଲେ। ତେବେ ନିକଟରେ ବହାନଗା ଟ୍ରେନ ଦୁର୍ଘଟଣା ପରେ ବାହାନଗା ବାସୀ ମାନବିକତାର ପରିଚୟ ଦେଖେଇ ବିଶ୍ୱରେ ପ୍ରଶଂସିତ ହୋଇଥିବା ବେଳେ କିନ୍ତୁ ଭାଇଚାରା ସହର କଟକରେ ମୃତ୍ୟୁ ଦେହକୁ ଚାରି କାନ୍ଧ ନମିଲବା ଘଟଣା ମାନବିକତା ମରିଯାଇଚି ବୋଲି କହିପାରିବା । ତା ଛଡ଼ା ସବୁଠାରୁ ବଡ଼ କଥା ହେଉଛି ଜିଲ୍ଲା ପ୍ରଶାସନ ମେୟର ଏବଂ ସ୍ଥାନୀୟ କର୍ପୋରେଟର ମଧ୍ୟ ଦେଖା ମିଳିନଥିଲା । ଏପଟେ ମେୟର ମୋ ୱାର୍ଡ଼ ବୁଲି ବୁଲି ଲୋକଙ୍କ ସମସ୍ୟା ବୁଝିଥିବା ବେଳେ ଏଭଳି ଅବ୍ୟବସ୍ଥା ସହଜରେ ଗ୍ରହଣ କରିପାରୁ ନାହାନ୍ତି କଟକବାସି । ସେପଟେ ଏହି ଘଟଣା ଗଣ ମାଧ୍ୟମରେ ବାହାରିବା ପରେ ଜିଲ୍ଲା ପ୍ରଶାସନ ରେଡ଼ କ୍ରସ ଫଣ୍ଡରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ସେପଟେ କଟକ ସହର ଭିତରେ ଟ୍ରଲିରେ ଶବ ବୁହା ଘଟଣାକୁ ମୋ କଟକ ସୁରକ୍ଷା ମଞ୍ଚ ନିନ୍ଦା କରିବା ସହ ମହାପ୍ରୟାଣ ଗାଡି କାହା ସ୍ୱାର୍ଥରେ ଅଛି ବୋଲି ପ୍ରଶ୍ନ କରିଛନ୍ତି ।
