ପେଟ୍ରୋଲ ପମ୍ପ୍ରେ ନିୟୋଜିତ ହେବେ କଏଦୀ
କଏଦୀମାନେ ପେଟ୍ରୋଲ୍ ପମ୍ପରେ ନିୟୋଜିତ ହେବେ। କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଆସାମୀ ଭାବେ କାରାବାସ ଭୋଗୁଥିବା କଏଦୀମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯେଉଁ କଏଦୀମାନଙ୍କ ଆଚରଣ ଓ ବ୍ୟବହାରରେ ବ୍ୟାପକ ସୁଧାର ଆସିଥିବା ପରିଲକ୍ଷିତ ହୋଇଥିବ, ସେମାନଙ୍କୁ ହିଁ ଏହି ଯୋଜନାରେ ସୁଯୋଗ ମିଳିବ। ସେମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଜେଲ୍ ବିଭାଗ ଏକ ବଡ଼ ପଦକ୍ଷେପ ହାତକୁ ନେବାକୁ ଯାଉଛି। ଜେଲ୍ ପକ୍ଷରୁ ନିଆଯାଉଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ମଧ୍ୟରେ ଏହା ଓଡ଼ିଶା ପାଇଁ ଏକ ନୂଆ ପଦକ୍ଷେପ ହେବ।କଏଦୀମାନେ ଗାଡ଼ିରେ ପେଟ୍ରୋଲ୍ ଭରିବା ସହ ଅନ୍ୟାନ୍ୟ କାମ କରିବେ। ପ୍ରାଥମିକ ପର୍ଯ୍ୟାୟରେ ୧୫ଟି ପମ୍ପ୍ରେ ୧୦୦ କଏଦୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ଥିର ହୋଇଛି।

