ଶିମିଳିପାଳରୁ ଏକ କୋଟିରୁ ଅଧିକ ଟଙ୍କାର ଅଫିମ ଗଛ ଜବତ
ଶିମିଳିପାଳ ଓ ଏହାର ପାଦଦେଶରେ ଦୁଇ ଦିନ ଧରି ବଡ଼ ଧରଣର ରେଡ଼ ହୋଇଛି । ଚଳିତ ବର୍ଷ ବୁଧବାର ଏବଂ ଗୁରୁବାର ଲଗାତାର ଭାବରେ ଦୁଇ ଦିନ ୪ ଟି ବିଭାଗ ମିଳିତ ଭାବରେ ରେଡ଼ କରି ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ର ଅଫିମ ଗଛ ଜବତ କରିବା ସହିତ ଅଫିମ ଗଛକୁ ନଷ୍ଟ କରିଥିଲେ।ପୋଲିସ,ଅବକାରୀ ବିଭାଗ, ରାଜସ୍ୱ ବିଭାଗ, ବନବିଭାଗ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ୬ ଟି ସ୍ଥାନରେ ଚଢ଼ାଉ କରିଥିଲେ।ଶିମିଳିପାଳ ଅଭୟାରଣ୍ୟ ର ବନ୍ଦିରାବସା ଏବଂ ଅସନବଣି ଗାଁର ୬ ଟି ସ୍ଥାନର ଗୋଟିଏ ଏକର ୫୮ ଡିସମିଲ ଜାଗାରେ ୭୩ ହଜାର ଅଫିମ ଗଛ ଲାଗିଥିଲା ।ଏହାର ଆନୁମାନିକ ମୁଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି କରଞ୍ଜିଆ SDPO ସୁବ୍ରତ କୁମାର ସୂଚନା ଦେଇଛନ୍ତି। ଏନେଇ ଯଶିପୁର ପୋଲିସ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

