ଆଜି ଭାରତ ଓ ଇଂଲଣ୍ଡ ଚତୁର୍ଥ ଟ୍ବେଣ୍ଟି-୨୦
ଆଜି ଭାରତ ଓ ଇଂଲଣ୍ଡ ଚତୁର୍ଥ ଟ୍ବେଣ୍ଟି-୨୦। ରାତି ୭ଟାରେ ପୁନେରେ ହେବ ମହାଟକ୍କର । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । ବିଜୟ ସହ ସିରିଜ କବଜା କରିବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି । ଫୋକସରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ସାମି । ତୃତୀୟ ମ୍ୟାଚରେ ବିଜୟୀ ହେବା ପରେ ଇଂଲଣ୍ଡର ମନୋବଳ ବୃଦ୍ଧି ପାଇଛି । ପୁନେର ଇଂଲଣ୍ଡ ଦଳ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ।

