ଆଜିଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ
ଆଜିଠୁ ଭାରତରେ କ୍ରିକେଟ୍ କାର୍ନିଭାଲ୍ । ଆଉ କିଛି ଘଣ୍ଟା ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଆରମ୍ଭ ହେବ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଏଥର ଭାରତ ଆୟୋଜନ କରୁଥିବା କ୍ରିକେଟ୍ ବିଶ୍ୱକପ୍ରେ ୧୦ଟି ଟିମ୍ ଭାଗ ନେଉଛନ୍ତି । ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ ।ବିଶ୍ବକପର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ପ୍ରଥମ ଦିନ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଓ ଗତ ସଂସ୍କରଣର ରନର୍ସ ଅପ୍ ନ୍ୟୁଜିଲାଣ୍ଡ । ସେପଟେ ଅକ୍ଟୋବର ୮ ରେ ଭାରତ ଆରମ୍ଭ କରିବ ବିଶ୍ବକପ ଅଭିଯାନ । ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ମେନ୍ ଇନ ବ୍ଲୁ । ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ସେହିପରି ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍ । ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ପ୍ରବେଶ ଥିବା ବେଳେ ୪୬ ଦିନରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ନଭେମ୍ବର ୧୯ରେ ଖେଳାଯିବ ଫାଇନାଲ ମ୍ୟାଚ । ଭାରତରେ ବିଶ୍ବକପ ହେଉଥିବା ବେଳେ ଫେଭରିଟ୍ ମଧ୍ୟ ରହିଛି ଟିମ୍ ଇଣ୍ଡିଆ ।

