ଦେଶ ବିଦେଶ

ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Spread the love

ସଂସଦରେ ବହୁ ପ୍ରତୀକ୍ଷିତ ବଜେଟ୍ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭା ଓ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ-୨୦୨୫ ଉପସ୍ଥାପନ କରିଥିଲେ। ଆଜି ମୋଦୀ ୩.୦ର ପ୍ରଥମ ପୂର୍ଣ୍ଣ ବଜେଟ୍ ଆସୁଛି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଅଷ୍ଟମ ବଜେଟ୍ ହୋଇଛି, ଯାହା କି ଦେଶର କୌଣସି ଅର୍ଥମନ୍ତ୍ରୀଙ୍କ ପାଇଁ ନୂଆ ରେକର୍ଡ।ଅର୍ଥନୈତିକ ସର୍ଭେ-୨୦୨୫ରେ ଆର୍ଥିକ ବର୍ଷ ୨୦୨୫-୨୬ରେ ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବାର ଅନୁମାନ କରାଯାଉଛି। ଏହି ଅନୁମାନ ସରକାରଙ୍କ ପୂର୍ବର ଅନୁମାନ ଠାରୁ କମ୍ ଏବଂ ଅନ୍ୟପଟରେ ଦେଖିବାକୁ ଗଲେ ଗତ ୪ ବର୍ଷରେ ସବୁଠାରୁ କମ ରହିଛି। କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେରେ ଯୁବଗୋଷ୍ଠୀଙ୍କୁ ରୋଜଗାର ଓ ସାଧାରଣ ଜନତାଙ୍କୁ ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ସୁବିଧା ଦେବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ।

Leave a Reply

Your email address will not be published. Required fields are marked *