ହିମାଚଳରେ ଭୟଙ୍କର ସଡକ ଦୁର୍ଘଟଣା
ହିମାଚଳ ପ୍ରଦେଶର ଶିମଲା ଉପନଗର ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ମଙ୍ଗଳ ବାର ବିଳମ୍ବିତ ରାତିରେ କାରଟି ଖାଇରୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ମର୍ମନ୍ତୁଦ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶିମଲା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। କୌଣସି କାମରେ ଯାଉଥିବା ସମୟରେ ଏପରି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚପ୍ରକ୍ରିୟା ଆରମ୍ଭ କରିଛି ।

