ବୁର୍ଲା ଭିସୁଟ ପ୍ରଫେସର ନିଲମ୍ବିତ
ହ୍ୟୁମାନିଟିଜ୍ ବିଭାଗର ସହଯୋଗୀ ପ୍ରଫେସର ଡ. ଜୟପ୍ରକାଶ ପରମଗୁରୁଙ୍କୁ ନିଲମ୍ବନ କରିଛନ୍ତି କୁଳପତି । କ୍ଲାସ ନ କରି ନିଶାସକ୍ତ ଅବସ୍ଥାରେ କାର୍ଯ୍ୟାଳୟକୁ ଆସିବା, ନିଶାଶକ୍ତ ଅବସ୍ଥାରେ କ୍ଲାସ ରୁମରେ ଶୋଇବା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ପତ୍ରରେ ଦର୍ଶାଯାଇଛି । ଏହି ନିଲମ୍ବନ ସମୟରେ ସେ ପାଠ ପଢାଇ ପାରିବେ ନାହିଁ । ମୁଖ୍ୟ କାର୍ଯ୍ୟାଳୟକୁ ଆସି ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ବାୟୋମେଟ୍ରିକରେ ଦିନକୁ ଦୁଇଥର ଉପସ୍ଥାନ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି କୁଳପତିଙ୍କ ବିନା ଅନୁମତିରେ ସେ ଛୁଟିରେ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ରହିଛି ।

