ରାଜ୍ୟ

ବିଧାନସଭା ବାହାରେ ହଙ୍ଗାମା

Spread the love

ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ ଘଟଣା ପ୍ରତିବାଦରେ କଂଗ୍ରେସର ଜୋରଦାର ବିକ୍ଷୋଭ ହୋଇଛି । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀ ମାନେ ରାତିସାରା ଧାରଣାରେ ବସିଥିଲେ ବିଧାୟକ । ଏହା ପରେ ସକାଳୁ ମାଷ୍ଟରକ୍ୟାଣ୍ଟିନରୁ ଘଣ୍ଟ ବାଡ଼େଇ ବିଧାନସଭାକୁ ବାହାରି ଥିଲେ କଂଗ୍ରେସ ବିଧାୟକମାନେ । ଗେଟ ପାଖରେ ହାଇଡ୍ରାମା କଲେ ବିରୋଧୀ । ପୋଲିସ ବ୍ୟାରିକେଡ ଭାଙ୍ଗିଦେଲେ କଂଗ୍ରେସ ଓ ବିଜେଡି ବିଧାୟକ। ବିଧାନସଭା ପଶିବାକୁ ଉଦ୍ୟମ କଲେ କଂଗ୍ରେସ କର୍ମୀ । ବ୍ୟାରିକେଡ ନିକଟରେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଛନ୍ତି । ସେପଟେ କଂଗ୍ରେସର ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି ବିଜେଡି ବିଧାୟକ ।

Leave a Reply

Your email address will not be published. Required fields are marked *