ଦିଲ୍ଲୀରେ ଭୂକମ୍ପର ବଡ଼ ଧରଣର ଝଟକା
ଦିଲ୍ଲୀ ଏନସିଆରରେ ଭୂମିକମ୍ପର ବଡ଼ ଧରଣର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୦ । ଧୋଲାକୁଆଁ ନିକଟରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ଆଜି ସକାଳ ୫ଟା ୩୫ରେ ଭୂକମ୍ପ ହୋଇଥିଲା । ନୋଏଡ଼ା, ଫରିଦାବାଦ, ରୋହତକ ଓ ଗୁରୁଗ୍ରାମରେ ଭୂକମ୍ପ ହୋଇଛି। ଦିଲ୍ଲୀ ସମେତ ୟୁପି ଓ ହରିୟାଣାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ ଲୋକ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

