ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆର ୩ ଶହ କର୍ମଚାରୀ ; ୮୬ ବିମାନର ଉଡ଼ାଣ ବାତିଲ
ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆର ୩ଶହ କର୍ମଚାରୀ । ୮୬ ବିମାନର ଉଡ଼ାଣ ବାତିଲ । ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ରହିଲେ କର୍ମଚାରୀ । ଅଧିକାଂଶ କ୍ରିଉ ସଦସ୍ୟଙ୍କ ମୋବାଇଲ ସୁଇଚ ଅଫ୍ । ଯାତ୍ରୀ ହଇରାଣ, ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ କର୍ତ୍ତୃପକ୍ଷ । ନୂଆ ଚାକିରି ନିୟମାବଳୀ ବିରୋଧରେ ସେମାନେ ଏକ ପ୍ରକାର ଆନ୍ଦୋଳନ କରିଛନ୍ତି ବୋଲି କୁହାଯାଉଛି ।
ଏହି ବାତିଲ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ହୋଇଥିଲା। ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଏହି ଘଟଣାର ଅନୁସନ୍ଧାନ କରୁଛି।
ବିମାନ ସେବା ଏକ ବିବୃତ୍ତି ଜାରି କରି କହିଛି ଯେ ଗତ ରାତିରୁ ଆମର କ୍ୟାବିନ କ୍ରୁର ଗୋଟିଏ ବିଭାଗ ଅସୁସ୍ଥ ଯୋଗୁଁ ଛୁଟିରେ ରହିଛନ୍ତି, ଫଳସ୍ୱରୂପ ବିମାନ ବିଳମ୍ବ ଓ ବାତିଲ ହୋଇଯାଇଥିଲା। ତଥାପି ଆମେ ଏହାର କାରଣ ବୁଝିବା ପାଇଁ କର୍ମଚାରୀଙ୍କ ସହ ଆଲୋଚନା କରୁଛୁ। “

