ଦେଶ ବିଦେଶ

ନୀତିଶ କୁମାରଙ୍କୁ ବଡ ଝଟକା, ବର ହେବାର ଦେଖିଥିଲେ ସ୍ୱପ୍ନ…

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଦରୁ ହଟାଇବାକୁ ବିରୋଧୀ ଦଳ ମାନେ ଖୁବ ପ୍ରୟାସ କରୁଛନ୍ତି। ଏହି କ୍ରମରେ ବିରୋଧୀ ଦଳର ନେତା ମାନଙ୍କର ଏକ ବୈଠକ କର୍ଣାଟକର ରାଜଧାନୀ ବେଙ୍ଗୁଲୁରୁରେ ସମ୍ପନ୍ନ ହୋଇ ଯାଇଛି । ଏହି ବୈଠକରେ ବଡ ବଡ କଥା ମାନ କୁହାଗଲା ଓ ଦେଶରେ ଗଣତନ୍ତ୍ରର ହତ୍ୟା କରାଯାଉଛି ବୋଲି ଦୋହରା ଗଲା । ତେବେ ଏହି ବେଙ୍ଗାଲୁରୁ ବୈଠକରେ ସବୁଠାରୁ ଅଧିକ ଝଟକା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଲାଗିଥିବା ରାଜନୈତିକ ବିଶ୍ଲେଷକ ମାନେ ମତ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ହେବା ଆଶାରେ ସେ ବିଜେପି ଛାଡି ଲାଲୁଙ୍କ ଦଳ ଆରଜେଡି ସହ ମିଶି ବିହାରରେ ସରକାର ଗଠନ କରିଥିଲେ । ଏହା ପର ଠାରୁ ସେ ସମସ୍ତ ବିରୋଧୀ ଦଳର ନେତା ମାନଙ୍କୁ ଏକତ୍ରିତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଥିଲା । ସେ ବିଭିନ୍ନ ରାଜ୍ୟକୁ ଯାଇ ସେଠାକାର ମୁଖ୍ୟମନ୍ତ୍ରୀ ଓ ବଡ ନେତା ମାନଙ୍କୁ ସାକ୍ଷାତ କରୁଥିଲେ ।ତେବେ ବେଙ୍ଗାଲୁରୁ ଠାରେ ଆହୁତ ବୈଠକରେ ତାଙ୍କ ସହ ଯେପରି ବ୍ୟବହାର ହେଲା ତା ଦ୍ୱାରା ତାଙ୍କର ମନ ଭାଙ୍ଗି ଯିବା ସହ ତାଙ୍କର ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ମଧ୍ୟ ନିର୍ବାଚନ ପୂର୍ବରୁ ହିଣ ଧୁଳିସାତ ହୋଇଯାଇଥିବା ଅନୁମାନ କରାଯାଉଛି । ବେଙ୍ଗାଲୁରୁରେ ଆୟୋଜିତ ବିରୋଧୀ ଦଳର ବୈଠକ ପରେ ଆୟୋଜିତ ହୋଇଥିବା ପ୍ରେସ କନଫ୍ରେନ୍ସରେ ନୀତିଶକୁମାର ଯୋଗ ନ ଦେଇ ଚାଲି ଯାଇଥିବାରୁ ନୀତିଶ କୁମାର ଏହାକୁ ନେଇ ଅସନ୍ତୁଷ୍ଚ ଥିବା ଅନୁମାନ କରାଯାଉଛି ।ପ୍ରେସ କନଫ୍ରେନ୍ସରେ ଲାଲୁ ପ୍ରସାଦ ଯାଦବ ଓ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ନ ଥିଲେ ।ଲାଲୁ ଙ୍କ ପାର୍ଟି ଆରଜେଡି ତାଙ୍କ ମେଂଟର ନୂଆ ନାମ ଇଣ୍ଡିଆକୁ ନେଇ ଯେଉଁ ଟ୍ୱିଟ କରିଥିଲା ତାକୁ ମଧ୍ୟ ପରେ ଡିଲିଟ କରି ଦେଇଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ନୀତିଶ କୁମାର ଏହି ମେଂଟର ନାମ ଇଣ୍ଡିଆ ରଖାଯିବାର ସମର୍ଥନରେ ନ ଥିଲେ । ସେ ସାଧାରଣ ଲୋକ ବୁଝି ପାରୁଥିବା ହିନ୍ଦୀରେ ନାମ ରଖାଯାଉ ବୋଲି ଚାହୁଁଥିଲେ । ହେଲେ ବୈଠକରେ ତାଙ୍କର ଏହି ପରାମର୍ଶକୁ ଖାରଜ କରି ଦିଆଯାଇଥିଲା ।ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ନୀତିଶ କୁମାର ଏହି ମେଂଟର ଆବାହକ ହେବାକୁ ଚାହୁଁଥିଲେ । ହେଲେ ଏପରି କରାଯାଇ ନ ଥିଲା । ମୁମ୍ବାଇରେ ଆଗାମୀ ବୈଠକରେ ଆବାହକଙ୍କ ନାମ ଘୋଷଣା କରାଯିବ ବୋଲି କୁହାଯାଇଥିଲା । ସେହିପରି ବୈଠକରେ ଦେଶର ଚାରୋଟି ଅଂଚଳ ପାଇଁ ଚାରି ଜଣ ଆବାହର କରା ଯିବାର ଚର୍ଚା ହୋଇଥିଲା । ହେଲେ ଛୋଟ ଛୋଟ ରାଜନୈତିକ ଦଳ ମାନେ ଏଥିରେ ରାଜି ହୋଇ ନ ଥିଲେ । ତେଣୁ ଏହି ଯୋଜନା କାର୍ଯକାରୀ ହୋଇ ପାରି ନ ଥିଲା । ଶେଷରେ 11 ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠିତ ହେବ ବୋଲି ଘୋଷଣା କରାଯାଇଥିଲା, ଯେଉଁ କମିଟି କମନ ମିନିମମ ପ୍ରୋଗ୍ରାମର ଡ୍ରାଫ୍ଟ ପ୍ରସ୍ତୁତ କରିବ ।

Leave a Reply

Your email address will not be published. Required fields are marked *