ରାଶିଫଳ

ଜୁଲାଇ ୨୧ ତାରିଖ, ଶୁକ୍ରବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Spread the love

ମେଷ – ପଞ୍ଚମ ଚନ୍ଦ୍ର ରହିଥିବାରୁ ଆର୍ଥିକ ସମସ୍ୟା ଦେଖା ଦେବ । ଶୁକ୍ରବାର ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚିନ୍ତ ପ୍ରାପ୍ତି ହେବ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତ ରହିବେ। ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି ।

ବୃଷ – ପ୍ରତିରୋଧର ଶିକାର ହୋଇ ପାରନ୍ତି । ବନ୍ଧୁ ମାନଙ୍କ ଭ୍ରମଣର ଯୋଗ ରହିଛି । ବ୍ୟବସାୟୀ ମାନେଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇ ପାରେ । ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଅନିବେ ।

ମିଥୁନ – କର୍ମଚଞ୍ଚଳ ହୋଇ କାର୍ଯ୍ୟ କରିବେ । ମନରେ କିଛି ନୂଆ କରିବାର ଇଚ୍ଛା ଜାଗୃତ ହେବ। ନିଜର ଜରୁରୀ ବସ୍ତୁ ଆଜି ଆପଣ କ୍ରୟ କରି ପାରନ୍ତି । ପ୍ରେମ ସମ୍ପର୍କରେ ଅନେକ ଖୁସି ଲାଭ କରି ପାରନ୍ତି । ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇପାରେ ।

କର୍କଟ– ଆସନ୍ତାକାଲି ଆପଣଙ୍କ ରାଶି କୁ ଘାତ ଚନ୍ଦ୍ର । କାର୍ଯ୍ୟ କ୍ଷେତ୍ର ରେ ଅଶାନ୍ତି ଦେଖା ଦେଇ ପାରେ। ସୁଖ ହାନୀ ଘଟି ପାରେ । ଅନେକ କାର୍ଯ୍ୟ ଏକ ସହ ଆସି ପହଞ୍ଚିବା ଯୋଗୁଁ ନିଜକୁ ଚିନ୍ତିତ ମାନେ କରି ପାରନ୍ତି ।ମାଲି ମାକୋଦ୍ଦମ ରେ ଜୟଯୁକ୍ତ ହେବେ । ବ୍ୟବସାୟ ମଧ୍ୟମ ଫଳ ଦେବ।

ସିଂହ – ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି । ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ। ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରି ପାରନ୍ତି । ଛାତ୍ର ଛାତ୍ରୀ ମାନଙ୍କର ପାଠ ରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟ ଶାଳୀ ମାନେ କରିବେ ।

କନ୍ୟା – ଆର୍ଥିକ ସମସ୍ୟା କୁ ନେଇ ଚିନ୍ତା ରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

ତୁଳା – ଆପଣଙ୍କ ଦିନଟି ଶୁକ୍ରବାର ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ନିଜକୁ ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଛାତ୍ର ଛାତ୍ରୀ ମାନେ କୃତ କାର୍ଯ୍ୟ ହେବେ । ଦମ୍ପତି ମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି ।

ବିଛା – ନୂଆ ଚାକିରି ଆସନ୍ତାକାଲି ଆପଣଙ୍କୁ ପ୍ରାପ୍ତ ହୋଇ ପାରେ । ଅନେକ ସୁଖ ସମ୍ମାନ ଲାଭର ଯୋଗରହିଛି । ଇଚ୍ଛା କରିଥିବା କାର୍ଯ୍ୟ ଅଜି ସଫଳ ହେବ। ଛାତ୍ର ଛାତ୍ରୀ ମାନେ କ୍ୟାରିୟର କୁ ନେଇ ଆଗକୁ ବଢ଼ିବେ । ବ୍ୟବସାୟରେ ଉତ୍ତମ ଫଳ ମିଳିବ ।

ଧନୁ – ସେବା ପୂଜାରେ ମନୋ ନିବେଶ କରିବେ । କିଛି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ପାରେ । ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି ।ବାକି ରହିଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ ।ବ୍ୟବସାୟରେ ସଫଳତା ମିଳିବ । ମହିଳା ମାନେ ଗୃହ କାର୍ଯ୍ୟରେ ଅଧିକ ମନୋନିବେଶ କରିବେ ।

ମକର – ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣି ପାରନ୍ତି ।ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତି ନେବେ । କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ ଯଥା ଦେହ ପୀଡା । ଛାତ୍ର ଛାତ୍ରୀ ମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ ।

କୁମ୍ଭ – ସହ କର୍ମୀ ଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟ ରେ ବିଶେଷ ଭଲ ଫଳ ପ୍ରାପ୍ତି ହେବ । ପତିପତ୍ନୀ ଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି ।ସ୍ବାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହିବ ।ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ମୀନ – ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗ ଦାନ ଦେବେ । ଅନେକ ବାଧା ବିଘ୍ନର ସାମ୍ନା କରିବାକୁ ପଡ଼ିବ । ଛାତ୍ର ଛାତ୍ରୀଙ୍କ ପାଟି ମଧ୍ୟମ ଫଳ ପ୍ରାପ୍ତ ହେବ। ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତି ମାନେ ଖୁସିରେ ଦିନଟି କାଟିବେ।

Leave a Reply

Your email address will not be published. Required fields are marked *