ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ…

Spread the love

ମେଷ-ଅଶ୍ୱନୀ – ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ । ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି ।ଦ୍ୱିଜା – ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ ।କୃତିକା – ମହିଳା ମାନଙ୍କୁ ବନ୍ଧୁଙ୍କ ସହଯୋଗ  ମିଳିବ । ବନ୍ଧୁ, ପରିଜନକୁ ନିଜର ମନ କଥା କୁହନ୍ତୁ ।  କୈାଣସି କାମରେ ଯଥେଷ୍ଟ ଲାଭ ହେବ । ପ୍ରେମ ଜୀବନ ଭଲ ରହିବ ।

ପ୍ରତିକାର –  ହନୁମାନଙ୍କର ଆରାଧନା କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ବୃଷ-କୃତିକା- ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖାଦେବ । ଆଶାକରୁଥିବା ଖବର ପାଇ ଖୁସି ହୋଇଯିବେ । ପୁରାତନ ରୋଗରୁ ଉପଶମ ମିଳିବ । ରୋହିଣୀ- ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ ।  ଗଠନ ମୂଳକ କିମ୍ବା ସାମୂହିକ କାମରେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ଋଣ ସୂତ୍ରରେ ଅର୍ଥଲାଭ  କରିବେ ।ମୃଗଶିରା- ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ନିଜ ଲୋକଙ୍କୁ ଭୁଲ୍ ବୁଝିବେ ଏବଂ ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିବା ଠିକ୍ ହେବନାହିଁ।

ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ମିଥୁନ-ମୃଗଶିରା  – କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦ୍ୱିଗୁଣ ହେବ । ସମ୍ପତି ବଢାଇବାର ଯୋଜନା ସଫଳ ହେବ ।ଆଦ୍ରା – ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ ।  କାହା ପ୍ରତି ଆପଣଙ୍କ ମନ୍ତବ୍ୟ ପ୍ରକାଶ କରନ୍ତୁ ନାହିଁ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ।ପୁନର୍ବସୁ –  ସୁନା ଅଳଙ୍କାର କିଣିବା ଲାଗି ଭାବିବେ । କାହା ସହ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ । ଭାବିଥିବା କାମରେ ନିଜ ଦକ୍ଷତା ବଳରେ ପୁରା କରିବେ ।

ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ  ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

କର୍କଟ-ପୁନର୍ବସୁ- ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ସମ୍ପର୍କିୟ ବନ୍ଧୁ ସାହାର୍ଯ୍ୟ ସହଯୋଗ କରିବେ ।ପୁଷ୍ୟା- ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ । ଅନ୍ୟମନସ୍କ ହେତୁ କୌଣସି ଭୁଲ କାମ କରି ଅନୁତପ୍ତ ହେବେ । ଚାକିରୀ କ୍ଷେତ୍ରରେ ସ୍ଥାନ ପରିବର୍ତନର ଯୋଗ ରହିଛି ।ଅଶ୍ଲେଷା- ଛାତ୍ରଛାତ୍ରି ମାନେ ବିଦ୍ୟାରେ ମନୋନିବେଶ କରି କୃତିତ୍ୱ ହାସଲ କରିବେ । ଚେଷ୍ଟା କରୁଥିବା କାର‌୍ୟ୍ୟ ସାଧନରେ ନିଜର ଲୋକଙ୍କ ତରଫରୁ ସହଯୋଗ ପାଇବେନି। ନିର୍ମାଣାଧୀନ ଗୃହ, ରାସ୍ତା କାମ, ହଠାତ୍ କିଛିଦିନ ସକାଶେ ଅଟକି ରହିଯାଇପାରେ।

ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ ।
ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୨

ସିଂହ-ମଘା – ବ୍ୟବସାୟରେ ଉନ୍ନତି କରିବେ । ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ । ବ୍ୟବସାୟୀଙ୍କୁ ଲାଭ ମିଳିବ । ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରନ୍ତୁ ।ପୂ , ଫାଲଗୁନୀ –  ବିଦ୍ୟାର୍ଥୀ ମାନେ ପଢାରେ ମନନିବେଶ କରିବେ । ବାହନ କିଣିବା ଲାଗି ଆଗ୍ରହ ବଢିବ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ । ପ୍ରେମିକାକୁ ମନର କଥା କହିବେ ।ଉ ,ଫାଲଗୁନୀ – ବହୁ ଦିନର ସ୍ୱପ୍ନ ସାକାର ହେବ । ଆପଣଙ୍କର ଧ୍ୟାନ ଧାର୍ମୀକ କାର‌୍ୟ୍ୟରେ ଲାଗି ରହିବ । ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ଅବସର ପାଇବେ  ।

ପ୍ରତିକାର – ସୂର‌୍ୟ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ ।

ଶୁଭ ରଙ୍ଗ :ବାଇଗଣୀ

ଶୁଭ ସଂଖ୍ୟା :୧

କନ୍ୟା-ଉ,ଫଳଗୁନି- ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ଚିନ୍ତିତ ରହିପାରନ୍ତି । ଆର୍ଥିକ ସ୍ୱଚ୍ଛଳତା ବଢିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ ।ହସ୍ତା- ଗତକାଲିର କଳି ତକରାଳ ବିଷୟରେ ପର‌୍ୟ୍ୟାଲୋଚନା କରି ଅନ୍ୟମନସ୍କ ରହିବେ। କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ।ଚିତ୍ରା- ନୂତନ କାର୍ଯ୍ୟ ଆରମ୍ଭ କଲେ ପୁରଣରେ ବିଳମ୍ବ ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । 

ପ୍ରତିକାର -ବୁଧଙ୍କର ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

ତୁଳା-ଚିତ୍ରା – ଶାରୀରିକ ପିଡା ଭୋଗ କରି ପାରନ୍ତି ।   ପଇସାର ଅଭାବ ଅନୁଭବ କରିପାରନ୍ତି । ଘର ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । ସ୍ୱାତୀ – ଯେଉଁ କାମ କରିବେ ତାହା ମନ ମୁତାବକ ସଂପୂର୍ଣ୍ଣ ହେବ । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ । ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ । ବିଶାଖା – ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ବଡ ଯୋଜନାର ଶୁଭାରମ୍ଭ କରିପାରନ୍ତି । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି ।

ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ବିଛା-ବିଶାଖା- ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ । ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ପରିବାର ଲୋକଙ୍କର ସାହାର୍ଯ୍ୟ ସହଯୋଗ ହେତୁ ଆନନ୍ଦିତ ହେବେ ।ଅନୁରାଧା- ସରକାରୀ ସହାୟତା ପାଇବେ । ଛାତ୍ରଛାତ୍ରୀ ମାନେ ପଢାପଢିରେ ନିରନ୍ତର ମନ ଦେବେ । ବିଭିନ୍ନ କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତକରିପାରନ୍ତି । ଜ୍ୟେଷ୍ଠା-ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ନୂତନ ଯାନବାହନ, ଜମିଜମା , କ୍ରୟବିକ୍ରୟ ନେଇ ଆଲୋଚନାରେ ଅଗ୍ରଗତି ଘଟିବ ।

ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ଧନୁ-ମୂଳା – ବ୍ୟବସାୟରେ ଦୂର ସ୍ଥାନକୁ ଯାତ୍ରା କରିବେ । ଆପଣଙ୍କ ବ୍ୟଙ୍ଗାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ପୂର୍ବରୁ କରିଥିବା କାମରୁ ଲାଭ ମିଳିପାରେ ।ପୂ , ଷାଢା – ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ଦାୟକ ରହିବ । ରାଜନିତିରେ ସମର୍ଥନ ହ୍ରାସ ପାଇବ । ଆପଣଙ୍କର ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ । ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ ।ଉ , ଷାଢା – ମହିଳା ମାନଙ୍କୁ ସମ୍ମାନ ଦେବେ । ଶତୃ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ । ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପର୍ଣ୍ଣ କରିବେ ।

ପ୍ରତିକାର – ଶ୍ରୀ ରାମଙ୍କ ସ୍ତୋତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

ମକର-ଉ,ଷାଢା- କାର୍ଯ୍ୟ ବ୍ୟସ୍ତତା କାରଣରୁ କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବେ ରହିପାରିବେ ନାହିଁ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।ଶ୍ରବଣା- ରାଜନୀତିରେ ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡିବ । ଅନେକ ପ୍ରକାର କାର୍ଯ୍ୟରେ ପରିବର୍ତନ ଦେଖାଦେବ । ତରବରିଆ ହିସାବରେ କୌଣସି କାର୍ଯ୍ୟ ନ କରି ସବୁଆଡକୁ ନଜର ଦେଇ କାମ କରିବା ଉଚିତ । ଧନିଷ୍ଠା- ସଭାସମିତିରେ ଏପରି କିଛି ପ୍ରସ୍ତାବମାନ ଦେବେ, ଯାହାକି ବନ୍ଧୁଙ୍କ ମନକୁ ବେଶ୍ ପାଇବ। ପ୍ରକାଶନ, ଏଜେନ୍ଶିପ୍, ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇ ପାରନ୍ତି। ଅଭାବବୋଧ ପ୍ରଭୃତି ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ।

ପ୍ରତିକାର – ଶନିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

କୁମ୍ଭ-ଧନିଷ୍ଠା – ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ପ୍ରକୃତିର ଆନନ୍ଦ ନେବା ପାଇଁ ଆଗ୍ରହ ପ୍ରକାଶ କରିବେ । ପ୍ରଶାସନିକ କାମ ଧୈର‌୍ୟ୍ୟର ସହ କରନ୍ତୁ ।ଶତଭିଷା – ରାଜନିତିରେ ମୂଖ୍ୟ ଭୂମିକା ଗ୍ରହଣ କରିବେ । ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢାଇବେ । ସାମାଜିକ ମିଳାମିଶା ବଢିବ ।ପୂ , ଭାଦ୍ରପଦ  – ଆୟିନୀର ଦ୍ୱାରସ୍ଥ ହେବେ ।  ଜୀବନସାଥୀର ସମର୍ଥନ ଓ ପ୍ରେମ ପାଇବେ । ସମ୍ମାନିତ ଲୋକଙ୍କ ସହ ମିଶିବେ । ଆପଣଙ୍କ ପାଖକୁ ଧନଲାଭ ହେବା ଭଳି କାମ ଆସିବ ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

ମୀନ-ପୂ,ଭାଦ୍ରପଦ- ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ପାଇବେ । ପ୍ରେମିକ ପ୍ରେମିକ ମାନଙ୍କର ପ୍ରେମପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ । ଉ,ଭାଦ୍ରପଦ- ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ ।  କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାର୍ଯ୍ୟ । ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବେ।ରେବତୀ- ଅଭିଳାଷ ପୂରଣ ଅଭାବରେ ମାନସିକ ଅବସାଦ ହେତୁ ବିରସମନା ରହିବେ । ଶିଳ୍ପ, ବାଣିଜ୍ୟ, ପ୍ରଶାସନ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂରହୋଇଯିବ । ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରନ୍ତି । 

ପ୍ରତିକାର – ମା ତାରାଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

Leave a Reply

Your email address will not be published. Required fields are marked *