ରାଶିଫଳ

ଆଜିର ରାଶିଫଳ

Spread the love

ମେଷ-ଅଶ୍ୱନୀ- ମାନସିକ ସ୍ତରରେ ଉନ୍ନତି ଆସିବ । କାର୍ଯ୍ୟରେ ସିଦ୍ଧିଲାଭ ସହ ସମ୍ମାନ ପାଇବେ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇପାରନ୍ତି । ଦ୍ୱିଜା- ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ସବୁ କିଛି  ଭୁଲି ଅନ୍ୟମାନଙ୍କୁ ଆପଣେଇ ନେବେ। କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ । କୃତିକା- ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ସଭାସମିତି, ବନ୍ଧୁ ସମ୍ପର୍କ ଦିଗରୁ ଆଜି ଅନୁକୂଳ ଫଳ ପାଇବେ । ମାଲି ମକଦ୍ଦମା, ଆଲୋଚନା, ଗବେଷଣା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ ।

ପ୍ରତିକାର- ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ବୃଷ-କୃତିକା- କୌଣସି କାରଣରୁ ମନରେ ଭୟ ଆସିପାରେ । ଆମୋଦ ପ୍ରମୋଦରେ ଦିନ କଟିବ । ଧର୍ମ ଭାବନାରୁ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କର ସହାୟତା ଲୋଡିବେ । ରୋହିଣୀ- ପାରିବାରିକ ବୁଝାବଣା ବଢିବ । ଲୋକମାନଙ୍କ ସେବା କରିବାରେ ମନବଳାଇବେ । ବନ୍ଧୁ ସହୟତା ମିଳିବ । ରାଜନୀତିରେ ହଠାତ୍ ନିର୍ଣ୍ଣୟ ନେବାକୁ ପଡିପାରେ । ମୃଗଶିରା- ଶତୃଙ୍କର ସମ୍ମୁଖୀନ ହୋଇପାରନ୍ତି । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ । ଅଯଥା କୋର୍ଟ ମାମଲାରେ ଫସିଯାଇ ହଇରାଣ ହୋଇପାରନ୍ତି ।

ପ୍ରତିକାର– ମା’ ମଙ୍ଗଳାଙ୍କର ପାଠ କରନ୍ତୁ ଗାୟତ୍ରୀ ମନ୍ତ୍ର 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୨

ମିଥୁନ-ମୃଗଶିରା- ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମନ ଭଲ ରହି ନପାରେ। ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ଆଦ୍ରା- ଅର୍ଥ ସମ୍ପର୍କ ଓ ଜମିବାଡ଼ିକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ । ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ପ୍ରତିଯୋଗିତା, ବ୍ୟବସାୟ ବାଣିଜ୍ୟ, ମକଦ୍ଦମା ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ । ପୁନର୍ବସୁ- ରାଜନୀତି କ୍ଷେତ୍ରରେ ମତାନ୍ତରର ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ କରିବେ । ମହିଳାମାନଙ୍କର ଧାର୍ମିକ ଭାବନା ଉଦୟ ହେବ ।

ପ୍ରତିକାର– ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

କର୍କଟ-ପୁନର୍ବସୁ- ଉଦର ବ୍ୟଥା ଭୋଗି ପାରନ୍ତି । କୌଣସି କାର୍ଯ୍ୟରେ ସଫଳତା ହାସଲ କରିବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ । ପୁଷ୍ୟା- ପ୍ରେମିକା,ପ୍ରେମିକମାନଙ୍କର ପୂର୍ବ ସ୍ମୃତି ଜାଗ୍ରତ ହୋଇପାରେ ।  ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀମାନେ ପଢାରେ ଅନ୍ୟସମସ୍କ ରହିବେ । ଅଶ୍ଲେଷା- ଆପଣଙ୍କର କ୍ରୀଡା କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଆପଣ ବୁଦ୍ଧିମାନ ଭାବରେ ବିଚାର କରିବାରେ ସକ୍ଷମ ହେବେ ।

ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

ସିଂହ-ମଘା- ପରିବାରରେ ନୂତନ ସଦର୍ଶଙ୍କର ଆଗମନ ହୋଇପାରେ । ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ । ପୂ- ଫାଲ୍‌ଗୁନୀ- ରାଜନୈତିକ ସାହର୍ଯ୍ୟ ସହଯୋଗ ମିଳିବ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ଯାଦା ବୃଦ୍ଧି ଘଟିବ । ଆର୍ଥିକ ସମସ୍ୟା, ମାମଲା, ଜମିଜମା, ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଅସ୍ଥିର ରହିବ। ଉ- ଫାଲ୍‌ଗୁନୀ- ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ । ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମ ଚର୍ଚ୍ଚା ଦିଗକୁ ମନ ବଳାଇବେ । ଜମିବାଡି ସମସ୍ୟାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ ।

ପ୍ରତିକାର– ଶ୍ରୀରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :୧

କନ୍ୟା-ଉ,ଫଳଗୁନି- ରୋଗରୁ ରକ୍ଷା ପାଇପାରିବେ । ବୃତ୍ତିରେ ଉନ୍ନତି ଆଣିବା ପାଇଁ ଅନେକ ସୁଯୋଗ ଉପଭୋଗ କରିବେ । ଆପଣଙ୍କର ପ୍ରେମ ଜୀବନ ଅଧିକ ରୋମାଞ୍ଚକର ହେବ । ସକରାତ୍ମକ ଫଳାଫଳ ଅନୁଭବ କରିବେ । ହସ୍ତା- ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ ।  ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବେ । ଉଚ୍ଚଶିକ୍ଷାକୁ ପ୍ରାଥମିକତା ଦେବେ । ଆପଣଙ୍କର ଆୟ ବୃଦ୍ଧି କରିବାର ଅନେକ ସମ୍ଭାବନା ରହିଛି । ଚିତ୍ରା- ଆପଣଙ୍କ ସାଥୀଙ୍କୁ ଅଧିକ ସମର୍ଥନ କରନ୍ତୁ । ଆପଣ ସର୍ବଦା ନିଜର ଭବିଷ୍ୟତକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଉଚିତ୍ ।  ଆପଣ ନିଜ ପାଇଁ କୌଣସି ସମ୍ପତ୍ତି ବିନିଯୋଗ କିମ୍ବା କ୍ରୟ କରିବେ ।

ପ୍ରତିକାର– ଦକ୍ଷିଣକାଳୀଙ୍କ ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

ତୁଳା-ଚିତ୍ରା- ପ୍ରେମିକ ପ୍ରେମିକା ସମ୍ପର୍କ ମଧୁର ରହିବ । ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ । ଶିଳ୍ପ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତ ଫଳ ପ୍ରାପ୍ତି ହୋଇପାରେ । ସ୍ୱାତୀ- କୌଣସି ଜିନିଷଟି ପାଇଁ ସହକର୍ମୀଙ୍କ ମଧ୍ୟରେ ତର୍କ ଓ ବିବାଦ ବଢ଼ିପାରେ । ଶତ୍ରୁମାନେ ମିତ୍ରଭାବ ପୋଷଣ କରିବାର ଅନୁଭବ କରିବେ। ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ବିଶାଖା- ପରିବାରର ଗୁରୁଜନମାନେ ଆପଣଙ୍କ ଆଚରଣରେ ଅତ୍ୟନ୍ତ ସନ୍ତୁଷ୍ଟ ହେବେ । ମାଲିମକଦ୍ଦମା ଓ କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ ।

ପ୍ରତିକାର– ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ବିଛା-ବିଶାଖା- ପେଟରେ କଷ୍ଟ ଅନୁଭବ କରିବେ । ଭାଇ-ଭଉଣୀଙ୍କ ଖୁସି ପାଇଁ ପାରିବାରରେ ଶାନ୍ତି କେତେଂକାଶରେ ଦେଖାଦେବ । ପତ୍ନୀଙ୍କ ସହ ମନମାଳିନ୍ୟ ଯୋଗୁଁ ଆପଣ ଅଶାନ୍ତି ଭୋଗ କରିବେ । ଅନୁରାଧା- ଉପଯୁକ୍ତ ସମୟରେ ଆଶା କରୁଥିବା ଦିଗରୁ ଅର୍ଥଲାଭ ହୋଇପାରେ । କର୍ମକ୍ଷେତ୍ରରେ ବାକି ପଡିଥିବା ପଇସା ପାଇବା ପାଇଁ ଚାପ ପ୍ରୟୋଗ କରିବେ । ଛାତ୍ରଛାତ୍ରୀ ସଫଳତା ହାସଲ କରିବେ । ଜ୍ୟେଷ୍ଠା- କୃତିକା-ଚାକିରି କ୍ଷେତ୍ରରେ ମହିଳାମାନେ ମନୋନୀତ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରନ୍ତି । ରାଜନୀତିରେ ନୂତନ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ ଓ ଲୋକ ମାନଙ୍କ ପାଖରେ ପ୍ରିୟ ହୋଇପାରିବେ ।

ପ୍ରତିକାର- ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ଧନୁ-ମୂଳା- ଆକସ୍ମିକଭାବରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଛାତ୍ରଛାତ୍ରୀ ଅଧ୍ୟୟନ ପ୍ରତି ଉତ୍ସାର୍ଗୀକୃତ ହୋଇ ଏକାଗ୍ରତ ସହିତ ସବୁକିଛି କରିବେ ।  ପୂ, ଷାଢା- ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । କଳା, ସାହିତ୍ୟ, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଉ, ଷାଢା- କୌଣସି ଅସୁବିଧା ନଥିଲେ ମଧ୍ୟ ଅତୀତ ଘଟଣାକୁ ନେଇ ମନ ଦୁଃଖରେ ରହିବେ । ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ମତାନ୍ତର, ମନରେ ଭାବାନ୍ତର ସୃଷ୍ଟି କରିବ ।

ପ୍ରତିକାର– ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ
ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

ମକର-ଉ,ଷାଢା- ଶରୀରରେ ଆଘାତ ପାଇ ପାରନ୍ତି । ଆପଣଙ୍କର ବନ୍ଧୁ ସଂଖ୍ୟା ବଢିପାରନ୍ତି । ଗୃହକାର୍ଯ୍ୟରେ ଆଗ୍ରହ ବଢିବ । ବ୍ୟବସାୟରେ ଅଭିବୃଦ୍ଧି ଘଟିପାରେ । ଶ୍ରବଣା- କର୍ମକ୍ଷେତ୍ରରେ ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଆପଣ ସମ୍ଭାଳି ନେବେ । ରାଜନୀତିରେ ଭଲ ସୁଯୋଗର ଉପଯୋଗ କରିବେ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ଧନିଷ୍ଠା- ଧନାଦିରେ ଅଭିବୃଦ୍ଧି ଘଟିପାରେ । ଶିକ୍ଷାକ୍ଷେତ୍ରରେ ବିଶୃଙ୍ଖଳା ଉପୁଜିପାରେ । କୋର୍ଟର ନିଷ୍ପତ୍ତି ବଦଳି ଯାଇପାରେ । ମହିଳାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।

ପ୍ରତିକାର– ମା’ ବିରଜାଙ୍କର ଆରଧନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

କୁମ୍ଭ-ଧନିଷ୍ଠା- ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ କାର୍ଯ୍ୟ ହାସଲ ପୂର୍ବକ ଉପକୃତ ହେବେ।

ଶତଭିଷା- ରାଜନୈତିକ ସ୍ତରରେ ହଠାତ୍ ବିରୋଧୀ ପକ୍ଷ ସକ୍ରିୟ ହୋଇପାରନ୍ତି । ଆବଶ୍ୟକତାନୁଯାୟୀ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି
ପୂ, ଭାଦ୍ରପଦ- ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ଅନୁଭୂତି ଆଣିଦେବ । ସମାଜରେ ଆଦୃତି ଲାଭ ସକାଶେ ଅନୁକୂଳତା ଅନୁଭବ କରିବେ ।

ପ୍ରତିକାର– ହନୁମାନ ଚାଳିଶା  ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

ମୀନ-ପୂ,ଭାଦ୍ରପଦ- ଉଦବେଗରୁ ମୁକ୍ତି ମିଳିବ । ପରିବାରରେ ଯେତେ ଅସୁବିଧା ଆସିଲେ ମଧ୍ୟ ସବୁକୁ ଏଡାଇ ଆଗକୁ ଯିବେ । ଜୀବନସାଥୀଙ୍କ ସହିତ ଦୂର ଯାତ୍ରାରେ ଆନନ୍ଦ ପାଇବେ । ଉ,ଭାଦ୍ରପଦ- କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ରାଜନୀତି କରିବାରେ ଆଗ୍ରହ ପ୍ରକାଶ ପାଇବ । ଶତୃଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ରେବତୀ- ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ ସଫଳତା ପାଇବେ । ପିତୃ ପୁରୁଷ ସମ୍ପତ୍ତି ପାଇଁ ଖୁସି ଅନୁଭବ କରିବେ । ମହିଳାମାନେ ନୂଆ କାର୍ଯ୍ୟର ଅନୁସନ୍ଧାନ କରିବେ

ପ୍ରତିକାର– ଶ୍ରୀରାମଙ୍କର ପୂଜାପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :୧

Leave a Reply

Your email address will not be published. Required fields are marked *