ପୃଥିବୀକୁ ଧକ୍କା ଦେବାକୁ ଯାଉଛି ଏକ ଶକ୍ତିଶାଳୀ ଉଲକାପିଣ୍ଡ
ପୃଥିବୀକୁ ଧକ୍କା ଦେବାକୁ ଯାଉଛି ଏକ ଶକ୍ତିଶାଳୀ ଉଲକାପିଣ୍ଡ । ଏହାର ପ୍ରଭାବ ଏତେ ଶକ୍ତିଶାଳୀ ଯେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଧ୍ବଂସ ହେବା ନେଇ ଆଶଙ୍କା ବଢିଛି । ଏପରି ଖବର ଦେଇଛନ୍ତି ବିଶ୍ବର କିଛି ଅନେକ ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସି ।ଏଜେନ୍ସିଙ୍କ କହିବାନୁଯାୟୀ, ଆଜିକୁ ପାଖାପାଖି ୭ ବର୍ଷ ପରେ ମହାକାଶରୁ ପୃଥିବୀ ପ୍ରତି ଏକ ବଡ଼ ବିପଦ ଆସିବାର ସମ୍ଭାବନା ରହିଛି । ବିଶ୍ବରେ ଥିବା ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସିମାନେ ଏହି ବିପଦର ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। କୁହାଯାଉଛି ୨୦୩୨ରେ ପୃଥିବୀକୁ ଧକ୍କା ଦେବ ଉଲକାପିଣ୍ଡ । ଏପର୍ଯ୍ୟନ୍ତ ପୃଥିବୀରେ ଉଳକାପିଣ୍ଡ ପଡିବାର ବିପଦ କମ ଅଛି । କିନ୍ତୁ ଯଦି ଏହା ସତ ହୁଏ ତେବେ କ୍ଷତି ବହୁତ ହୋଇପାରେ ।
