ଦେଶ ବିଦେଶ

କାଠୁଆ ଗୁଳି ବିନିମୟରେ ୩ ପୁଲିସ୍‌ ସହିଦ

Spread the love

ଗୁରୁବାର ଦିନ ଜାମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବିଶାଳ ଆତଙ୍କବାଦ ବିରୋଧୀ ଅଭିଯାନ ଚାଲିଥିବା ବେଳେ ପୁଣି ଥରେ ଗୁଳି ବିନିମୟ ହେବା ପରେ ତିନି ଜଣ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଭୁଳି ବିନିମୟରେ ଅନ୍ୟ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ଏନକାଉଣ୍ଟର ସମୟରେ ଦୁଇ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ନିହତ କରାଯାଇଛି।ଜୁଥାନାର ଏକ ଘନ ଜଙ୍ଗଲ ଅଞ୍ଚଳରେ ଚାରିରୁ ପାଞ୍ଚ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ଏବଂ ସୁରକ୍ଷା କର୍ମୀମାନେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସ୍ଥାନ ଖୋଜି ବାହାର କରିଥିଲେ।

Leave a Reply

Your email address will not be published. Required fields are marked *