ଦେଶ ବିଦେଶ

ଆଜି ଚନ୍ଦ୍ରପୃଷ୍ଠରେ ହେବ ସକାଳ

Spread the love

୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ଆଜି ହେବାକୁ ଯାଉଛି ସକାଳ । ଶିବ ଶକ୍ତି ପଏଣ୍ଟରେ ଆସିବାକୁ ଥିବା ସୂର୍ଯ୍ୟୋଦୟକୁ ନେଇ ଭାରତୀୟ ବୈଜ୍ଞାନିକଙ୍କ ମନରେ ନୂଆ ଆଶାର ସଞ୍ଚାର। ଏହି ନୂଆ ସକାଳ ସହ ସ୍ଲିପ ମୋଡରୁ ଉଠିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ। ପୁଣି ଥରେ ଲ୍ୟାଣ୍ଡର ଓ ବିକ୍ରମ କେମିତି କାମ କରିବେ ସେ ନେଇ ଉଦ୍ୟମ କରିବ ଇସ୍ରୋ । ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଓ ଅନ୍ଧାର ଯୋଗୁଁ ଏହାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି । ସୂର୍ଯ୍ୟଙ୍କଠାରୁ ଶକ୍ତି ଆହରଣ କରି ପୁଣି ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବେ ବୋଲି ଆଶା କରାଯାଉଛି ।

ଯଦି କୌଣସି କାରଣରୁ ଏହା ସମ୍ଭବ ନ ହୁଏ, ତେବେ ବିକ୍ରମ ଓ ପ୍ରଜ୍ଞାନ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ‘ମହାକାଶ ଦୂତ’ ଭାବେ ପଡି ରହିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ୧୪ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ମାଇନସ୍ ୨୫୦ ଡିଗ୍ରୀ ଥିବା ବେଳେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟ କରିବା ଏତେଟା ସହଜ ନୁହେଁ । ତେବେ ଯଦି ଇସ୍ରୋ ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରିବାରେ ସଫଳ ହୁଏ ତେବେ ଏହା ଭାରତ ପାଇଁ ବଡ଼ ସଫଳତା ହେବ ।

Leave a Reply

Your email address will not be published. Required fields are marked *