ଦେଶ ବିଦେଶ

ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସକୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି ଜୋ ବାଇଡେନ୍

Spread the love

ଉପରାଷ୍ଟ୍ରପତି କମଳା ହାରିସ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ପରିବର୍ତ୍ତନକୁ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏ ବାବଦ ଆଲୋଚନା କରିବାକୁ ହ୍ବାଇଟ୍‌ ହାଉସ୍‌କୁ ନିମନ୍ତ୍ରଣ କରିଛନ୍ତି। ଉପରାଷ୍ଟ୍ରପତି କମଳା ହାରିସ ଗତ ରାତିରେ ଏକ ଉତ୍ସାହଜନକ ଭାଷଣ ଦେଇ ଟ୍ରମ୍ପଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଶୃଙ୍ଖଳିତ ଭାବେ କ୍ଷମତା ହସ୍ତାନ୍ତର  ପ୍ରତିଶ୍ରୁତି ଦେଇଥିଲେ। ସେ ସମର୍ଥକଙ୍କୁ କହିଥିଲେ ଯେ, ଏହି ନିର୍ବାଚନ ଫଳାଫଳକୁ ଆମେ ଗ୍ରହଣ କରିବା ଉଚିତ। ଆମେ କୌଣସି ରାଷ୍ଟ୍ରପତି କିମ୍ବା ଦଳ ପ୍ରତି ନୁହେଁ, ବରଂ ସମ୍ବିଧାନ ପ୍ରତି ଆନୁଗତ୍ୟ ରଖୁଛୁ।ରିପୋର୍ଟ ଅନୁଯାୟୀ, ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ ପ୍ରଶାସନକୁ ପ୍ରସ୍ତୁତ କରିବା ଆରମ୍ଭ କରିସାରିଛନ୍ତି। ତାଙ୍କ ପରାମର୍ଶଦାତାମାନେ ପ୍ରମୁଖ କ୍ୟାବିନେଟ୍ ଭୂମିକା ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *