ଜମ୍ମୁ କଶ୍ମୀର ବିଧାନସଭାରେ ଧାରା ୩୭୦କୁ ନେଇ ଲଗାତାର ହଟ୍ଟଗୋଳ
ଜେଲ୍ରେ ଥିବା ବାରମୁଳା ଲୋକସଭା ସାଂସଦ ଇଞ୍ଜିନିୟର ରଶିଦଙ୍କ ଭାଇ ଆଜି ଜମ୍ମୁ କଶ୍ମୀର ବିଧାନସଭାରେ ଧାରା ୩୭୦କୁ ପୁଣିଥରେ ଫେରାଇ ଆଣିବା ଦାବିରେ ଏକ ବ୍ୟାନର ଦେଖାଇବାରୁ ଏହାକୁ ଜୋରଦାର ବିରୋଧ କରାଯାଇଛି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ବିଜେପି ନେତାମାନେ ଗତକାଲି ଧାରା ୩୭୦ ସଂକ୍ରାନ୍ତରେ ଗୃହୀତ ହୋଇଥିବା ପ୍ରସ୍ତାବକୁ ବିରୋଧ କରି ହଟ୍ଟଗୋଳ କରିଥିଲେ। ଏହି ସମୟରେ ଅୱାମୀ ଇତ୍ତେହାଦ ପାର୍ଟି ବିଧାୟକ ଖୁରସିଦ ଅହମଦ ଶେଖ୍ ଗୃହର ମଧ୍ୟଭାଗକୁ ଆସି ଧାରା ୩୭୦ ଫେରାଇ ଆଣିବାପାଇଁ ଏକ ବ୍ୟାନର୍ ଦେଖାଇଥିଲେ। ବିଜେପି ବିଧାୟକମାନେ ଏହାକୁ ଜୋରଦାର ବିରୋଧ କରିବା ସହ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଏହାପରେ ବାଚସ୍ପତି ଅବଦୁଲ ରହିମ ଗୃହକାର୍ଯ୍ୟ ବନ୍ଦ କରି ଦେଇଥିଲେ।
