ଦେଶ ବିଦେଶ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମଣିପୁର ସିଏମ୍ ଏନ୍. ବୀରେନ ସିଂ

Spread the love

ମଣିପୁରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂ ଆଜି ପଦରୁ ଇସ୍ତଫା ଦେଇଛନ୍ତି । ବୀରେନ ସିଂ ମଣିପୁର ସରକାରଙ୍କ ମନ୍ତ୍ରୀ ଏବଂ ବିଧାୟକମାନଙ୍କ ସହିତ ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜଭବନରେ ପହଞ୍ଚିଥିଲେ । ଏହି ନିଷ୍ପତ୍ତି ପୂର୍ବରୁ ଆଜି ସେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ ।

ଏହାରି ମଧ୍ୟରେ ଗୃହ ମନ୍ତ୍ରଣାଳୟ ସମସ୍ତ ସୁରକ୍ଷା ଏଜେନ୍ସିକୁ ହାଇ ଆଲର୍ଟରେ ରହିବାକୁ କହିଛି । ଏନ୍. ବୀରେନ ସିଂ ସୋମବାର ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *