ଦେଶ ବିଦେଶ

ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ମୁଖବେର ଇରାନ୍‌ର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

Spread the love

ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ମୁଖବେର ଇରାନ୍‌ର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଇରାନ୍‌ର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ଉପରାଷ୍ଟ୍ରପତି ମହମ୍ମଦ ମୁଖବେରଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେଇଛନ୍ତି। ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ।

ରବିବାର ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାର କିଭଳି ହେଲା ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଇରାନରେ ୫ ଦିନିଆ ଶୋକ ଘୋଷଣା ହୋଇଛି।

ଗତକାଲି ହେଲିକପ୍ଟର ଦୁର୍ଘଟଣା ପରେ ନିଖୋଜ ଥିବା ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଓ ବୈଦେଶିକ ମନ୍ତ୍ରୀ ହୁସେନ୍‌ ଆମିର ଅବ୍‌ଦୁଲ୍ଲାଇନ୍‌ଙ୍କ ମୃତଦେହକୁ ଆଜି ଠାବ କରାଯାଇଛି। ମୃତଦେହ ମିଳିବା ପରେ ଇରାନରେ ଶୋକର ଛାୟା ଖେଳି ଯାଇଛି।

ମଧ୍ୟପ୍ରାଚ୍ୟରେ ଜଣେ ଶକ୍ତିଶାଳୀ ନେତା ରୂପେ ପରିଚିତ ୬୩ ବର୍ଷୀୟ ଇବ୍ରାହିମଙ୍କ ଏଭଳି ମୃତ୍ୟୁ ଯୋଗୁଁ କେବଳ ଇରାନ୍‌ ନୁହେଁ ମଧ୍ୟପ୍ରାଚ୍ୟର ରାଜନୈତିକ ସ୍ଥିତି ମଧ୍ୟ ବଦଳିଯାଇଛି। ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ଘଟଣାର ତଦନ୍ତରେ ସହାୟତା କରିବାକୁ ରୁଷ୍‌ ସମେତ ଅନେକ ରାଷ୍ଟ୍ର ପ୍ରସ୍ତାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *