ଦେଶ ବିଦେଶ

ମିଜୋରାମରେ ଭୁଶୁଡିଲା ନିର୍ମାଣଧୀନ ରେଲଓ୍ୱ ବ୍ରିଜ୍‌

Spread the love

ମିଜୋରାମ ରାଜଧାନୀ ଆଇଜୋଲ ନିକଟରେ ଅଘଟଣ । ଭୁଶୁଡିଲା ନିର୍ମାଣାଧିନ ବ୍ରିଜ୍‌ । ଏହି ଅଘଟଣରେ ୧୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ୪୦ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ମିଜୋରମରେ ସାଇରଙ୍ଗ ନିକଟରେ ଏକ ରେଲଓ୍ୱ ବ୍ରିଜ୍‌ କାମ ଚାଲିଛି । ୧୦୪ ମିଟର ଉଚ୍ଚତା ବିଶିଷ୍ଠ ଏହି ବ୍ରିଜ୍‌ରେ ସବୁ ଦିନ ପରି ଚାଲିଥାଏ କାମ । ବୁଧବାର ଦିନ ହଠାତ୍‌ ବ୍ରିଜ୍‌ରେ ଘଟିଲା ଅଘଟଣ । ଆଉ କାମ ଚାଲିଥିବା ବେଳେ ବ୍ରିଜ୍‌ଟି ଭୁଶୁଡି ପଡିଛି । ଯାହାଫଳରେ ବ୍ରିଜ୍‌ରେ କାମ କରୁଥିବା ଲୋକଙ୍କ ମଧ୍ୟରୁ ୧୭ଜଣଙ୍କ ମୃତ୍ୟୁ ହୋଇଯାଇଛି । ବାକି ୩୦ରୁ ୪୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଇଛି ।

ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ ଉଦ୍ଧାରକାରୀ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ପଠାଇଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରାଯାଇଛି । ଆବଶ୍ୟକ ପଡିଲେ ଅଧିକ ଉଦ୍ଧାରକାରୀ ଦଳଙ୍କୁ ଡକାଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ଜାହିର କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ କ୍ଷତିପୂରଣ ମଧ୍ୟ ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିବା ବେଳେ ଆହତଙ୍କ ଲାଗି ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବାକୁ ମଧ୍ୟ କହିଛନ୍ତି ।

ସେହିପରି ମିଜୋରାମ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *