ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ମିଳିଲା ୧୬ ମୃତଦେହ
ପାକିସ୍ତାନ ଅଧିକୃତ ଗିଲଗିତ-ବାଲିସ୍ତାନ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଦୁର୍ଘଟଣା ହୋଇଥିବା ବସ୍ଏଷ୍ଟାରରୁ ପଞ୍ଜାବର ଚକୱାଲା ଜିଲ୍ଲାକୁ ଯାଉଥିଲା ।ସମସ୍ତ ଯାତ୍ରୀ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ରାସ୍ତାରେ ବସ୍ ପୋଲରୁ ସିନ୍ଧୁ ନଦୀକୁ ଖସି ପଡିଥିଲା । ବସ୍ ଟି ନଦୀକୁ ଖସି ପଡିବା ପରେ ୧୬ ଜଣଙ୍କର ପ୍ରାଣ ଚାଲିଯାଇଛି । ୧୬ ଜଣଙ୍କର ମୃତଦେହ ଜବତ କରାଯାଇଛି । ଅନ୍ୟମାନଙ୍କୁ ଖୋଜା ଚାଲିଛି । ଘଟଣାରେ ଜଣେ ମହିଳା ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଗକୁ ମୃତକଙ୍କ ସଂଖା ବଢିପାରେ ।
