ରାଜ୍ୟ

କାର୍ଯ୍ୟରତ ମହିଳା grsଙ୍କ ଆତ୍ମହତ୍ୟା

Spread the love

ଚାପରେ ଆତ୍ମହତ୍ୟା କଲେ କି ଜିଆରଏସ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକରେ କାର୍ଯ୍ୟରତ ମହିଳା grs ଶୈଳବାଳା ନାୟକ। କୌଣସି କାରଣକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି। ତେବେ ସ୍ଥାନୀୟବାସୀ ସନ୍ଦେହ କରୁଛନ୍ତି ରାଜନୈତିକ ଚାପରୁ ସେ ଆତ୍ମହତ୍ୟା କରିଛନ୍ତି। ଶୈଳବାଳାଙ୍କ ସ୍ୱାମୀ ଚିତ୍ତରଞ୍ଜନ ମନ୍ତ୍ରୀ ବିଜେପି ସମର୍ଥିତ ଅଳାବର ପଞ୍ଚାୟତର ସଭ୍ୟ ଭାବେ ଗତ ପଞ୍ଚାୟତ ନିର୍ବାଚନରେ ଜିତି ଥିଲେ। କିନ୍ତୁ ବାଲିକୁଦା ବ୍ଲକର ଅଧ୍ୟକ୍ଷ ବିଜେଡି ସମର୍ଥିତ ଅଟନ୍ତି। ଶୈଳବାଳାଙ୍କ ସ୍ୱାମୀ ସର୍ବଦା ବ୍ଲକର ଦୁର୍ନୀତିକୁ ବିରୋଧ କରୁଥିଲେ। ଏଥିପାଇଁ ତାଙ୍କ ସ୍ବାମୀଙ୍କ ଉପରେ ରାଗ ରଖି ଶୈଳବାଳାଙ୍କୁ ବ୍ଲକ୍ ପ୍ରଶାସନ ଦ୍ବାରା ବାରମ୍ବାର ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥିଲା। ଫଳରେ ବ୍ଲକ ପ୍ରଶାସନର ଚାପ grs ଶୈଳବାଳାଙ୍କ ଉପରେ ରହୁଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୈଳବାଳା ଚାପ ଗ୍ରସ୍ତ ହୋଇ ଏହି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *