ଶେଷ ହୋଇଛି ଡିଜି ଆଇଜିପି ସମ୍ମିଳନୀ
ତିନି ଦିନ ବ୍ୟାପୀ ରାଜଧାନୀରେ ଚାଲିଥିବା ଡିଜି ଆଇଜିପି ସମ୍ମିଳନୀ ଶେଷ ହୋଇଛି। ବୈଠକରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦିଲ୍ଲୀ ଫେରିଯାଇଛନ୍ତି। ଏହାସହିତ ବୈଠକରେ ଯୋଗଦେବାକୁ ଆସିଥିବା ଉଚ୍ଚପଦସ୍ଥ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରୁ କିଛି ଅତିଥି ନିଜ ରାଜ୍ୟକୁ ଫେରି ଯାଇଛନ୍ତି। ଆଉ କିଛି ଆସନ୍ତାକାଲି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଯିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ପୁଲିସ କମିସନର ଦେବଦତ୍ତ ସିଂ କହିଛନ୍ତି ଯେ ଡିଜି ଆଇଜିପି ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି।

