କ୍ରୀଡା

ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦

Spread the love

ଦୁଇ ନବାଗତଙ୍କ ସହ ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଖେଳିଥିବା ସତ୍ତ୍ବେ ଗ୍ବାଲିୟର୍‌ରେ ବାଂଲାଦେଶକୁ ହରାଇବାରେ ଭାରତୀୟ ଖେଳାଳିମାନେ ସମର୍ଥ ହୋଇଥିଲେ। ଯଦିଓ ଏଭଳି ମ୍ୟାଚ୍‌ଗୁଡ଼ିକରେ ଭାରତ ସବୁବେଳେ ପସନ୍ଦର ଦଳ ହୋଇଥାଏ, କିନ୍ତୁ ବାଂଲାଦେଶ ଏହି ଫର୍ମାଟ୍‌ରେ କେତେ ପଛରେ ତାହା ଏହି ମ୍ୟାଚ୍‌ରୁ ଜଣାପଡ଼ିଛି। ଟେଷ୍ଟ୍‌ ଶୃଙ୍ଖଳା ପରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ଆକ୍ରମଣାତ୍ମକ ଖେଳ ଟ୍ବେଣ୍ଟି-୨୦ରେ ମଧ୍ୟ ଜାରି ରହିଛି।

କେବଳ ନୀତୀଶ କୁମାର ରେଡ୍ଡୀ (୧୬* ରନ୍‌, ୧୫ ବଲ୍‌) ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ୧୫୦ରୁ ଅଧିକ ଷ୍ଟ୍ରାଇକ୍‌ରେଟ୍‌ରେ ବ୍ୟାଟିଂ କରିଥିଲେ। ପ୍ରତ୍ୟେକ ବ୍ୟାଟର୍‌ ଭଲ ଲୟରେ ଥିବା ବେଳେ ବୋଲରମାନେ ମଧ୍ୟ ଦଳକୁ ଶକ୍ତି ପ୍ରଦାନ କରିଥିଲେ। ପ୍ରଥମ ମ୍ୟାଚ୍‌ର ଏକାଦଶରେ ପାଖାପାଖି ୮ ବୋଲିଂ ‌ବିକଳ୍ପ ରହିଥିଲେ। ଶନିବାର ମ୍ୟାଚ୍‌ ପରେ ଏହି ଫର୍ମାଟ୍‌ରୁ ଅବସର ନେ‌ଇଯିବେ। ତାଙ୍କ ପାଇଁ ଏହି ମ୍ୟାଚ୍‌କୁ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ମନରେ ରହିବା ଦରକାର ବୋଲି ଶାନ୍ତୋ କହିଛନ୍ତି। ବୁଧବାର ଭାରତ ଦୁଇଟି ପରିବର୍ତ୍ତନ କରିବା ସମ୍ଭାବନା ରହିଛି।

ଶିବମ୍‌ ଦୁବେଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ତିଳକ ବର୍ମାଙ୍କୁ ଦ୍ବିତୀୟ ମ୍ୟାଚ୍‌ରେ ଖେଳାଇବା ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ମୟଙ୍କ ୟାଦବଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିପାରେ। ଭାରତରେ ଭାଷ୍ୟକାର ଭାବେ ଧାରାବିବରଣୀ ପ୍ରଦାନ କରୁଥିବା ବାଂଲାଦେଶର ପୂର୍ବତନ ଅଧିନାୟକ ତମିମ୍‌ ଇକବାଲ୍‌, ମ୍ୟାଚ୍ ଶେଷ ପରେ ଅଧିନାୟକ ଶାନ୍ତୋଙ୍କୁ ଦ୍ବିତୀୟ ମ୍ୟାଚ୍‌ରେ ମେହଦି ହାସନ ମିରାଜଙ୍କୁ ବ୍ୟାଟିଂ ଆରମ୍ଭ କରିବାକୁ ସୁଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *