odisha

ନଡ଼ିଆ ଗଛ ପଡି ଚାଲିଗଲା ଜୀବନ

Spread the love

ରାମଳୀଲା ଦେଖୁଥିବା ବେଳେ ନଡ଼ିଆ ଗଛ ପଡ଼ି ଚାଲିଗଲା ଜଣଙ୍କ ଜୀବନ । ୪ ଜଣ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଳରାମପୁର ଗାଁରେ ଘଟିଛି ଏହି ଅଘଟଣ ।

ଏମିତି ବି ଆସେ ମୃତ୍ୟୁ ! ରାମଳୀଲା ଦେଖୁଥିବା ବେଳେ ଦର୍ଶକଙ୍କ ଉପରେ ଭାଙ୍ଗିପଡିଲା ନଡ଼ିଆ ଗଛ । ଚାଲିଗଲା ଜଣେ ମହିଳାଙ୍କ ଜୀବନ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଳରାମପୁର ଗାଁରେ ରାମଲୀଳା ପରିବେଷଣ ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ନଡ଼ିଆ ଗଛ ପଡି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ବଳରାମପୁର ଗାଁରେ ଗତକାଲି ରାତିରେ ରାମଲୀଳା ପରିବେଷଣ ହେଉଥିଲା । ରାମଲୀଳାରେ ହନୁମାନ ଚଢ଼ିବା ପାଇଁ ଏକ ନଡ଼ିଆ ଗଛରେ ରଶି ବାନ୍ଧି ଏହାକୁ ଟ୍ରାକ୍ଟରରେ ଟାଇଟ୍ କରାଯାଉଥିଲା । ଏହି ସମୟରେ ଗଛଟି ହଠାତ୍ ଭାଙ୍ଗି ପଡିଛି । କେହି କିଛି ବୁଝିବା ପୂର୍ବରୁ ନଡ଼ିଆ ଗଛ ସେଠାରେ ରାମଲୀଳା ଦେଖୁଥିବା ଦର୍ଶକଙ୍କ ଉପରେ ପଡିଥିଲା ।

ଏଥିରେ ଜଣେ ମହିଳା ଦର୍ଶକଙ୍କ ମୃତ୍ୟୁ ହୋଇଥିଲା ଏବଂ ଆଉ ୪ ଜଣ ଗୁରୁତର ହୋଇଥିଲେ । ଆହତଙ୍କ ମଧ୍ୟରେ ଛୋଟ ପିଲା ଅଛନ୍ତି । ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତ ମହିଳା ନିକଟବର୍ତ୍ତୀ ସମାଗୋଳ ଗାଁର ବୋଲି ଜଣାପଡିଛି । ତେବେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଲୋକେ ଉତ୍ୟକ୍ତ ହୋଇ ଆମ୍ବୁଲାନ୍ସ ଭଙ୍ଗାରୁଜା କରିଥିବାର ଦେଖାଯାଇଛି ।

Leave a Reply

Your email address will not be published. Required fields are marked *