ଭଉଣୀ ବାହାଘର ଟଙ୍କା ହଡପ କଲେ ସାଇବର ଠକ
ଆଉ ମାତ୍ର ତିନିମାସ ପରେ ଉଭଣୀର ବାହାଘର ହୋଇଥା’ନ୍ତା। ହେଲେ ଭଉଣୀର ବାହାଘର ବାବଦକୁ ଭାଇ ରଖିଥିବା ୪ଲକ୍ଷ ଟଙ୍କା ସାଇବର ଲୁଟେରା ହଡ଼ପ କରିନେଇଛନ୍ତି। ଏପିକେ ଫାଇଲ୍ ଇନଷ୍ଟଲ କରିବା ଗୋଟିଏ ଦିନ ଭିତରେ ବିନା ଓଟିପି, ବିନା କୌଣସି ତଥ୍ୟ ଦେଇ ଫିକ୍ସ୍ଡ ଡିପୋଜିଟ୍ (ଏଫଡି) ଆକାଉଣ୍ଟକୁ ଭାଙ୍ଗି ସାଇବର ଠକ ଲୁଟ୍ କରିଛନ୍ତି। ସାଇବର ଠକଙ୍କ ଶିକାର ହେବାପରେ ଭଉଣୀ ବାହାଘର କେମିତି କରିବେ ସେ ନେଇ ଚିନ୍ତାରେ ଅଛନ୍ତି ସାଲିଆସାହି ସତ୍ୟବିହାର ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲ୍ଲାର କ୍ରିଷ୍ଣା ପ୍ରଧାନ ଠକେଇର ଶିକାର ହେବାପରେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
