ମହାନଗର

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରଥମ ରାଉରକେଲା ଗସ୍ତରେ ବିପୁଳ ସମ୍ବର୍ଦ୍ଧନା

Spread the love

ରାଜ୍ୟ ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଥମ ରାଉରକେଲା ଗସ୍ତରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେପି ଦଳୀୟ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନର କର୍ମକର୍ତ୍ତା ସାକ୍ଷାତ ଆଲୋଚନା କରିଥିଲେ। ଏହି କ୍ରମରେ ରାଉରକେଲା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ର ପୂର୍ବତନ ସଭାପତି ରାଜେଶ ମହାପାତ୍ର, ଯୁବନେତା ଅଙ୍କୁଶ ବର୍ମା, ବୁଲୁ ପୁହାଣ, ପ୍ରକାଶ ପାଶୱାନ, ଜର୍ଜ ଆନନ୍ଦ, ବିଶ୍ବରଞ୍ଜନ ବେଉରିଆ, ସତ୍ୟ ଶର୍ମା, ଅମିତାଭ ସାମଲ,  ରାଜୁ ସିଂହ, ସଂଗ୍ରାମ ମହାନ୍ତି, ଦିଲୀପ ମହନ୍ତ, ଅବିନାଶ ପ୍ରଧାନ ପ୍ରମୁଖ ରାଉରକେଲା ହାଉସ୍‌ରେ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ। ଏହାସହ ମନ୍ତ୍ରୀଙ୍କ ବୈଷ୍ଣୋଦେବୀ ମନ୍ଦିର ପରିଦର୍ଶନ ସମେତ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *