ଦକ୍ଷିଣ ଆଫ୍ରିକାରେ ଚମକିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ
ତ୍ରିଷ୍ଣା ରାୟ ହେଲେ ମିସ୍ ଟିନ୍ ୟୁନିଭର୍ସ ୨୦୨୪ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ମର୍ଯ୍ୟାଦାଜନକ ଇଭେଣ୍ଟରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗନେଇଥିବା ବେଳେ ତ୍ରିଷ୍ଣା ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ତ୍ରିଷ୍ଣା କିଟ୍ ସ୍କୁଲ୍ ଅଫ୍ ଫେସନ୍ ଟେକ୍ନୋଲୋଜିର ଛାତ୍ରୀ । ତ୍ରିଷ୍ଣା ହେଉଛନ୍ତି କର୍ଣ୍ଣେଲ୍ ଡି.କେ ରାୟ ଓ ରାଜଶ୍ରୀ ରାୟଙ୍କ ଝିଅ । ଝିଅର ସଫଳତାରେ ବେଶ୍ ଖୁସି ପ୍ରକାଶ କରିଛନ୍ତି କର୍ଣ୍ଣେଲ୍ ଡି.କେ ରାୟ ।ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
