ରାଜ୍ୟ

ପୋଲ ତଳକୁ ଖସିଲା ପିକନିକ୍ ବସ୍

Spread the love

ପିକନିକ କରିବାକୁ ନୟାଗଡ଼ ଜିଲ୍ଲା ଗୁଣ୍ଠୁଣୀ ଅଞ୍ଚଳରୁ କାଳିଜାଈ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରଣପୁର ଥାନା ଅନ୍ତର୍ଗତ ଚମ୍ପାପିଡି ପଞ୍ଚାୟତ ନିକଟରେ ଥିବା ପୋଲ ତଳକୁ ଖସିପଡିଛି। ଖବର ପାଇ ସ୍ଥାନୀୟ ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଓ ଅଗ୍ନିଶମ ବାହିନୀର ସହାୟତାରେ ଗାଡ଼ି ଭିତରୁ ମୃତାହତମାନଙ୍କୁ ଉଦ୍ଧାର କରି ୬ଟି‌ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇଛନ୍ତି। ଏହି ଦୁର୍ଘଟଣାରେ ବସରେ ଥିବା ୪୨ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଯାତ୍ରୀମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *