ଜଣାଶୁଣା ଟିଭି ଅଭିନେତା ଯୋଗେଶ ମହାଜନଙ୍କ ମୃତ୍ୟୁ
ଜଣାଶୁଣା ଟିଭି ଅଭିନେତା ଯୋଗେଶ ମହାଜନ ଆଉ ନାହାନ୍ତି । ଗତକାଲି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ନିଜ ଫ୍ଲାଟରେ ହିଁ ଯୋଗେଶ ମହାଜନଙ୍କ ନିଧନ ହୋଇଛି । ଏହି ଫ୍ଲାଟ୍ ସେଟ୍ ପରିସରରେ ରହିଛି । ସୁଟିଂ ପାଇଁ ସେ ନ ଆସିବାରୁ କ୍ରୁ ମେମ୍ବରମାନେ ତାଙ୍କ ଫ୍ଲାଟ୍ ଭିତରକୁ ଯାଇଥିଲେ । ଫ୍ଲାଟର କବାଟ ଭାଙ୍ଗି ସେମାନେ ଭିତରେ ପଶିଥିଲେ । ଏହି ସମୟରେ ଯୋଗେଶ ମୃତ ଅବସ୍ଥାରେ ମିଳିଥିଲେ|ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିନେତାଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ଡାକ୍ତରମାନେ କହିଛନ୍ତି ।

