ଆସନ୍ତା ଶୁକ୍ରବାର ରିଲିଜ ହେବ ‘ଡ୍ରିମଗାର୍ଲ-୨’
ଆୟୁଷ୍ମାନଙ୍କ ଫିଲ୍ମ ‘ଡ୍ରିମଗାର୍ଲ-୨’ ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଯାଉଛି. ଏଥିପାଇଁ ଆଗୁଆ ଟିକେଟ ବୁକିଂ ମଧ୍ୟ ସରିଛି. ହେଲେ ଥିଏଟରରେ ଦୁଇଟି ସୁପରହିଟ ଫିଲ୍ମ “ଓଏମଜି 2” ଏବଂ “ଗଦର 2 ” ର ଦବଦବା ଚାଲିଥିବା ବେଳେ ଏ ଫିଲ୍ମର ସେତେଟା ପ୍ରଭାବ ଦର୍ଶକଙ୍କ ଉପରେ ନପଡିବା ନେଇ ଚର୍ଚ୍ଚା କରାଯାଉଛି .
2017ରେ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ ଗାର୍ଲ ସୁପରହିଟ ହୋଇଥିଲା. ଆୟୁଷ୍ମାନଙ୍କ କ୍ୟାରିଅରରେ ଏହି ଫିଲ୍ମଟି ଅଧିକ ସୁପରହିଟ ହୋଇଥିଲା. ଆୟୁଷ୍ମାନଙ୍କ ସବୁ ଫିଲ୍ମ ମଧ୍ୟରୁ ଏହି ଫିଲ୍ମକୁ ତାଙ୍କ ଫ୍ୟାନମାନେ ଅଧିକ ପସନ୍ଦ କରିଥିଲେ. ହେଲେ ହଲରେ ଏବେ ଦୁଇଟି ସୁପରହିଟ ଫିଲ୍ମର ମାହୋଲ ଚାଲିଥିବା ବେଳେ ଡ୍ରିମଗାର୍ଲ ୨ କିପରି ସୁପରହିଟ ହବ ତାକୁ ହିଁ ଅପେକ୍ଷା.

