ମନୋରଞ୍ଜନ

‘ବିଗ୍ ବସ୍ ୧୮’ର ବିଜେତା ହେଲେ କରଣ ଭୀର ମେହେରା

Spread the love

‘ବିଗ୍ ବସ୍ ୧୮’ର ବିଜେତା ହେଲେ ଅଭିନେତା କରଣ ବୀର ମେହେରା । ଶ୍ରେଷ୍ଠ ୬ ଜଣ ଫାଇନାଲିଷ୍ଟଙ୍କୁ ହରାଇ ଟ୍ରଫି ହାତେଇଲେ କରଣ । ‘ବିଗ୍ ବସ୍ ୧୮’କୁ ମିଳିଲା ନୂଆ ବିଜେତା । ସର୍ବାଧିକ ଭୋଟ ପାଇ ‘ବିଗ୍ ବସ୍ ୧୮’ ସିଜିନର ବିଜୟ ମୁକଟ ପିନ୍ଧିଛନ୍ତି କରଣ ବୀର ମେହେରା ।କରଣ ବୀର ମେହେରାଙ୍କୁ ଟ୍ରଫି ସହିତ, ଅଭିନେତା କରଣଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି ।  କରଣଙ୍କୁ ସୋ’ର ହୋଷ୍ଟ ସଲମାନ ଖାନ୍‍ ବିଜେତା ଭାବେ ଘୋଷଣା କରିବା ପରେ ପ୍ରଶଂସକମାନେ ବେଶ ଖୁସି ହୋଇଛନ୍ତି । କରଣଙ୍କ ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ଲଗାତାର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରୁଛନ୍ତି । ବିଗ୍ ବସ୍ ୧୮ର ବିଷୟବସ୍ତୁ ଥିଲା ‘ଟାଇମ କା ତାଣ୍ଡବ’ । ଏହି ସିଜିନ୍ ୬ ଅକ୍ଟୋବର ୨୦୨୪ରେ ଆରମ୍ଭ ହୋଇଥିଲା ଏବଂ ୧୯ ଜାନୁଆରି ୨୦୨୫ରେ ଗ୍ରାଣ୍ଡ ଫିନାଲେ ସହିତ ଶେଷ ହୋଇଥିଲା । ଏହି ସିଜିନ୍‍ ୧୮ ଜଣ ପ୍ରତିଯୋଗୀଙ୍କ ସହିତ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *