ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ସ୍କୁଲ ଛାତ୍ରୀର ଜୀବନ |

ସମ୍ବଲପୁର : ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁଥିବା ସ୍କୁଲ ଛାତ୍ରୀର ମୃତଦେହ ଆଠଗଡ଼ରେ ଉଦ୍ଧାର ହୋଇଛି । ମୃତ ନାବାଳିକା ଜଣକ ହେଲେ କାଜଲ ସାହାଣୀ ।
ସୂଚନା ଦେଇଛନ୍ତି ସମ୍ବଲପୁର ସଦର ଏସଡ଼ିପିଓ । ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇ ଆଠଗଡ଼ ଅଞ୍ଚଳରୁ ଉଦ୍ଧାର କରାଯାଇଛି ।ସକାଳୁଆ ସ୍କୁଲ ଥିବାରୁ ଅଗଷ୍ଟ ୨୪ରେ ଛାତ୍ରୀ ଜଣଙ୍କ ସାଇକେଲ ଧରି ଘରୁ ବାହାରି ଆସିଥିଲେ । ମାତ୍ର ସେ ଚାଉଁରପୁର ବ୍ରିଜ ନିକଟରେ ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ। ତା ପରେ ଛାତ୍ରୀଜଣକ ପାଣିକୁ ଡେଇଁ ପଡ଼ିଥିଲେ। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାର ପାଇଁ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି ପରେ ମଧ୍ୟ ଛାତ୍ରୀଙ୍କର ପତ୍ତା ମିଳି ନଥିଲା । ହେଲେ ଆଜି କାଜଲ ସାହାଣୀ ମୃତଦେହ ଆଠଗଡ଼ରୁ ଉଦ୍ଧାର ହୋଇଛି ।
