ରାଜ୍ୟ

ଭୁଶୁଡିଲା ଖାନ୍‌ନଗର ଦଶହରାରେ ନିର୍ମିତ ତୋରଣ

Spread the love

କଟକରେ ଭୁଶୁଡିଲା ଖାନ୍‌ନଗର ଦଶହରାରେ ନିର୍ମିତ ତୋରଣ । ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଭୁଶୁଡିଲା ସୁଉଚ୍ଚ ତୋଣଣ ।ଏହା ତଳେ ଗୋଟିଏ କାର୍‌ ଓ ୩ଟି ବାଇକ୍‌ ଚାପି ହୋଇ ରହିଥିବା ନେଇ ସୂଚନା ମିଳିଛି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଟକର ସର୍ବ ଉଚ୍ଚତା ବିଶିଷ୍ଟ ତୋରଣ ହେଉଛି ଖାନନଗର ପୂଜା ମଣ୍ଡପ ତୋରଣ।

ସୂଚନାନୁଯାୟୀ, ଦୁର୍ଗା ପୂଜା ପାଇଁ ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟିର ନେତାଜୀ ବସ ଟର୍ମିନାଲ ସମ୍ମୁଖରେ ହୋଇଥିବା ଲାଇଟଗେଟ ତୋରଣ ହଠାତ ଆଜି ଭୁଶୁଡିପଡିଥିଲା । ତୋରଣ ତଳେ ବହୁ ଯାନବାହାନ ଚାପି ହୋଇ ରହିଛି । ଏଥିରେ ଅନେକ କ୍ଷତି ଘଟିଛି। କେଉଁ କାରଣ ଯୋଗୁ ଏଭଳି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ତୋରଣ ତଳେ ଚାପି ହୋଇ ରହିଥିବା ଗାଡି ଗୁଡିକୁ ସ୍ଥାନୀୟଲୋକେ ବାହାର କରିଛନ୍ତି। ଅନ୍ୟପଟେ ତୋରଣ ଯୋଗୁ ରାସ୍ତା ଜାମ୍‌ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଦୁଇଟି କ୍ରେନ ସାହାର‌୍ୟ୍ୟରେ ତୋରଣକୁ ହଟାଯାଇ ଚପିଥିବା ଗାଡିକୁ କଢ଼ାଯାଇଛି । କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ରହିଛି। ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି, କୌଣସି ଏକ ଭାରି ଯାନ ତୋରଣକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି ।

Leave a Reply

Your email address will not be published. Required fields are marked *