ଆସିଗଲା ‘ବିଗ୍ ବସ୍ ୧୮’ର ନୂଆ ପ୍ରୋମୋ
ବିଗ୍ ବସ୍କୁ ନେଇ ଆସିଲା ଖୁସି ଖବର ।ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍ ୧୮’ତମ ସିଜନ୍ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରତିଯୋଗୀ ଏବଂ ଥିମ୍ ସମ୍ବନ୍ଧୀୟ ଖବର ଆସୁଥିଲା । କିନ୍ତୁ ବର୍ତ୍ତମାନ ସଲମାନ ଖାନଙ୍କ ପ୍ରୋମୋ ପ୍ରିମିୟରର ତାରିଖ ଏବଂ ସମୟ ମଧ୍ୟ ପ୍ରକାଶ କରିଛି। ଶୋ’ର ନିର୍ମାତାମାନେ ଶୋ’ର ସର୍ବଶେଷ ପ୍ରୋମୋକୁ କଲର୍ସ ଟିଭିର ସୋସିଆଲ ମିଡିଆରେ ସେୟାର କରିଥିଲେ, ଯେଉଁଥିରେ ସଲମାନ ଖାନ ଥିମ୍ ଠାରୁ ପ୍ରିମିୟର ତାରିଖ ଏବଂ ସମୟ ପର୍ଯ୍ୟନ୍ତ ପ୍ରଶଂସକମାନଙ୍କୁ ସୂଚନା ଦେଉଥିବାର ନଜର ଆସିଛନ୍ତି ।
ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଶୋ’ର ଥିମ୍ ‘ଟାଇମ୍ କା ତାଣ୍ଡବ’ | ଯେଉଁ ଥିରେ ରହିଛି ହାଇଡ୍ରାମା ଏବଂ ସସପେନ୍ସ । ପ୍ରୋମୋ ରିଲିଜ୍ କରି ନିର୍ମାତା ମାନେ କହିଛନ୍ତି, ବିଗ୍ ବସ୍ ଏକ ନୂଆ ମୋଡ ଆଣିବ । ଏଥର ଶୋ’ରେ କାହାକୁ ଦେଖିବାକୁ ମିଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

