ପିଆଜ ଦରକୁ ନେଇ ଏବେ ଚିନ୍ତାରେ ସରକାର
ମହଙ୍ଗା ପିଆଜ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାର ଜବାବରେ କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ପାଇଁ ବଫର ଷ୍ଟକରୁ ପିଆଜ ବିକ୍ରି ଆରମ୍ଭ କରିଛନ୍ତି।ନିକଟରେ ସରକାର ପିଆଜ ରପ୍ତାନି ଉପରେ ଶୁଳ୍କ ହଟାଇଦେଇଛନ୍ତି, ଯାହା ଫଳରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଇଛି।ଖାଉଟି ବ୍ୟାପାର ସଚିବ ନିଧି ଖରେ ପ୍ରକାଶ କରିଛନ୍ତି ଯେ କେନ୍ଦ୍ର ସରକାର ଏହାର ବଫର ଷ୍ଟକରୁ ଦିଲ୍ଲୀ ଏବଂ ଅନ୍ୟ ପ୍ରମୁଖ ସହରର ହୋଲସେଲ ବଜାରରେ ପିଆଜ ବିକ୍ରି କରୁଛନ୍ତି।
ଏହାବ୍ୟତୀତ ସାଧାରଣ ଲୋକଙ୍କୁ ମହଙ୍ଗା ପିଆଜରୁ ମୁକ୍ତି ଦେବା ପାଇଁ ସରକାର ସାରା ଦେଶର ଖୁଚୁରା ବଜାରରେ ରିହାତି ଦରର ପିଆଜ ବିକ୍ରି କରିବେ। ସାରା ଦେଶରେ ପିଆଜ କିଲୋ ପିଛା ୩୫ ଟଙ୍କା ଦରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।
