ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ବାପାଙ୍କ ଦେହାନ୍ତ
ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଉପରେ ଏକ ଦୁଃଖର ବାଦଲ ଛାଇଯାଇଛି । ଅଭିନେତ୍ରୀଙ୍କ ପିତା ଜୋଶେଫ ପ୍ରଭୁଙ୍କ ହୋଇଛି ଦେହାନ୍ତ। ଏନେଇ ଅଭିନେତ୍ରୀ ସାମନ୍ଥା ରୁଥ୍ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଜୋଶେଫଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି । ତେବେ ତାଙ୍କ ଦେହାନ୍ତରେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅନେକ କଳାକାର, ବନ୍ଧୁ, ପରିଜନ ଓ ଅଗଣିତ ପ୍ରଶଂସକମାନେ ସାମନ୍ଥାଙ୍କୁ ସମବେଦନା ଜଣାଇଛନ୍ତି ।

