ରାଜ୍ୟ

ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ପାଇଁ କାଉଣ୍ଟରରେ ପ୍ରବଳ ଭିଡ଼

Spread the love

ଆସନ୍ତା ୯ତାରିଖ ରବିବାର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ଅଫଲାଇନରେ ଟିକେଟ ବିକ୍ରି ଜାରି ରହିଛି। ଟିକେଟ କିଣିବା ଲାଗି କାଉଣ୍ଟରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।ଠେଲାପେଲା ବି ଦେଖିବାକୁ ମିଳିଛି। ୩ଟି କାଉଣ୍ଟର୍‌ ସଚିନ ତେନ୍ଦୁଲକର ହଲ୍ ପାଖ ଗେଟ୍ ନଂ-୧୩ ପାଖରେ ଖୋଲିଛି। ଏହି ତିନି କାଉଣ୍ଟର୍‌ରେ ବିଭିନ୍ନ ଗ୍ୟାଲେରି ଟିକେଟ ବିକ୍ରି କରାଯାଉଛି। ପୁଲିସର କଡ଼ା କଟକଣା ଓ ସିସି ଟିଭି ବ୍ୟବସ୍ଥାରେ ଟିକେଟ ବିକ୍ରି କରାଯିବ। ଟିକେଟ କିଣିବାବୁ ଆସିଥିବା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଓସିଏ ପକ୍ଷରୁ ପାନୀୟ ଜଳ ସମେତ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ ବାରବାଟୀ ଷ୍ଟାଡିୟମ୍‌ ପରିଦର୍ଶନ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *