ପୁଲିସ ଉପରେ ବୋମାମାଡ଼ କଲେ ଗୋଚାଲାଣକାରୀ
ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରୁ କଟକ ଜିଲ୍ଲା ତିଗିରିଆକୁ ଗୋରୁଚାଲାଣ ହେଉଥିବା ପୁଲିସ ସୂଚନା ପାଇଥିଲା। ଏହାପରେ ପୂର୍ବ ଯୋଜନା ମୁତାବକ ବାଟରେ ଲୁଚି ରହିଥିବା ପୁଲିସ ଗୋଚାଲାଣକାରୀଙ୍କ ପିଛା କରିଥିଲା।ବାଙ୍କୀର ଟି-ବ୍ରିଜ୍ ପାଖରେ ପୁଲିସ ଓ ଗୋଚାଲାଣକାରୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରୁ ଖସିଯିବାରୁ ଗୋଚାଲାଣକାରୀମାନେ ବୋମା ଫିଙ୍ଗିଥିବା ବେଳେ ପୁଲିସ ଫାଙ୍କା ଗୁଳିଚାଳନା କରିଥିଲା।ଏହାର ସୁଯୋଗରେ କିଛି ଗୋଚାଲାଣକାରୀ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍ ୨ ଜଣଙ୍କୁ ଅଟକ ରଖିଛି।
