ଆଜି ଘରେ ଘରେ ମହକି ଉଠୁଛି ଘାଣ୍ଟର ବାସ୍ନା
ସରିଲା ଦୂତି ବାମନ ଓଷା |ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହି ଓଷା ପାଳିତ ହୋଇଥାଏ | ଦୂତିବାମନ ଓଷା ,ଦୂତିଆ ଓଷା ବା ପୁଅ ଜିଉଁତିଆ ଓଷା ନାମରେ ମଧ୍ୟ ଜଣାଯାଏ | ଓଡିଶା ର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ପରିଚିତ |ମା ମାନେ ପୁଅ ର ଦୀର୍ଘ ଜୀବନ କାମନା କରି ଏବଂ ବନ୍ଧ୍ୟା ,ବିବାହିତା ନାରୀ ଓ ପୁତ୍ର ହରା ନାରୀମାନେ ପୁତ୍ର ଲାଭ କରିବା ଆଶାରେ ଏହି ଓଷା କୁ ନିର୍ଜଳା ଉପବାସ କରି ପାଳନ କରିଥାନ୍ତି |
ଏହି ଓଷା ସରିବାର ଠିକ ପରଦିନ ଘରେ ଘରେ ଘାଣ୍ଟ ତରକାରୀ ତିଆରୀ କରାଯାଏ |ଆଜି ଘରେ ଘରେ ମହକି ଉଠୁଛି ଘାଣ୍ଟର ବାସ୍ନା |ଏହି ବ୍ୟଞ୍ଜନ ପ୍ରସ୍ତୁତ କରି ଇଷ୍ଟଦେବୀ ଙ୍କୁ ଅର୍ପଣ କରାଯାଏ | ସାହି ପଡ଼ିଶା ଓ ବନ୍ଧୁ ବାନ୍ଧବ ଘରେ ମଧ୍ୟ ଏହି ଘାଣ୍ଟ ତରକାରୀ ବଣ୍ଟାଯାଏ |ଏହି ଘାଣ୍ଟ ରେ ଆଳୁ ,ସାରୁ,ବାଇଗଣ ,କଞ୍ଚା କଦଳୀ, ମାଟିଆଳୁ ,କନ୍ଦମୂଳ,କାଙ୍କଣ ,ଜହ୍ନି ,ଅମୃତଭଣ୍ଡା ,ଓଉ ,ବିନ ,ଗାଜର, ନଡ଼ିଆ ,ମୁଗ ,ଚଣା ଇତ୍ୟାଦି ସାମଗ୍ରୀ ରେ ଏହି ଘାଣ୍ଟ ପ୍ରସ୍ତୁତ ହୋଇଥାଏ | ଘାଣ୍ଟ ପ୍ରସ୍ତୁତ ପରେ ଭଗବାନ ଙ୍କୁ ଅର୍ପଣ କରି ଅନ୍ୟମାନଙ୍କୁ ବଣ୍ଟନ କରିସାରିବା ପରେ ଘର ର ସମସ୍ତ ସଦସ୍ୟ ମିଶି ଏକାଠି ବସି ଘାଣ୍ଟ ତରକାରୀ ର ମଜା ନେଇଥାନ୍ତି|

