ଇତିହାସ ରଚିଲା ମହାକୁମ୍ଭ , ବୁଡ ପକାଇଲେଣି ୪୩ କୋଟିରୁ ଅଧିକ ଶ୍ରଦ୍ଧାଳୁ
ମହାକୁମ୍ଭରେ ବୁଡ ପକାଇବାକୁ ଲାଗୁଛି ଅସମ୍ଭାଳ ଭିଡ । ସେ ବସନ୍ତ ପଞ୍ଚମୀ କୁହନ୍ତୁ କି ପୁଷ ପୂର୍ଣ୍ଣିମା, ଅବା ମୌନୀ ଅମାବାସ୍ୟା ସଙ୍ଗମରେ ବୁଡ ପକାଇବାକୁ ଲାଗୁଛି ଗହଳି । ଆସନ୍ତାକାଲି ମାଘ ପୂର୍ଣ୍ଣିମା ଥିବାରୁ ସଂଗମରେ ପବିତ୍ର ସ୍ନାନ ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସବୁ ଘାଟରେ ବୁଡ ପାଇଁ ଭିଡ ଲାଗିଛି ।ଅମୃତ ସ୍ନାନ କରିବାକୁ ଅଧିକ ଗହଳି ହେଉଥିବା ବେଳେ ବର୍ତ୍ତମାନ ଯାଏଁ ପ୍ରାୟ ୪୩ କୋଟିରୁ ଅଧିକ ଭକ୍ତ ମହାକୁମ୍ଭରେ ପବିତ୍ର ବୁଡ ପକାଇ ସାରିଲେଣି ବୋଲି ଆକଳନ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ୪୩ କୋଟିରୁ ଅଧିକ ଲୋକ ପବିତ୍ର ବୁଡ ପକାଇ ସାରିଥିବା ବେଳେ ଯେଉଁଭଳି ଭିଡ ହେଉଛି ତାକୁ ଦୃଷ୍ଟିରେ ରଖି କୁହାଯାଉଛି କି ଏହି ସଂଖ୍ୟା ୫୦ କୋଟି ପାର୍ କରିବ ବୋଲି ।

