ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ପରୀକ୍ଷା ପୂର୍ବରୁ ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରାମର୍ଶ ମାନି ସମୟର ଠିକ୍ ଉପଯୋଗ କରନ୍ତୁ। ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖନ୍ତୁ। ତେବେ ଯାଇ ସଫଳତା ମିଳିବ। ଭୁବନେଶ୍ୱରସ୍ଥିତ ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୫’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ଶିକ୍ଷା ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ। ତେଣୁ ପରୀକ୍ଷା ପୂର୍ବ ସମୟକୁ ଭଲ ଭାବେ ଉପଯୋଗ କରିବା ସହିତ ନିଜକୁ ମାନସିକ ସ୍ତରରେ ଦୃଢ଼ ରଖନ୍ତୁ। ପରୀକ୍ଷା ସମୟରେ ଚିନ୍ତାରେ ନ ଆସି ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଥା ମାନି ଏକାଗ୍ର ଚିତ୍ତରେ ପଢ଼ନ୍ତୁ। କେବେ ହେଲେ ପରୀକ୍ଷା ପ୍ରତି ଭୟ ରଖିବ ନାହିଁ।ସେ ଆହୁରି କହିଲେ ପରୀକ୍ଷା ଫଳ ଉପରେ ଫୋକସ୍ ନ କରି ପରୀକ୍ଷା ପ୍ରସ୍ତୁତି ଉପରେ ଅଧିକ ଗୁରୁତ୍ବ ଦେଲେ ହିଁ ସଫଳତା ମିଳିବ।

