ଜେଇଙ୍କ ଘରେ ଭିଜିଲାନ୍ସ ରେଡ
ଗତକାଲି ସନ୍ଧ୍ୟାରେ କଟକ ଟାଙ୍ଗୀ ସ୍ଥିତ ଟୋଲ ପ୍ଲାଜା ନିକଟରୁ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡିଥିଲେ ଭୀମସେନ । ଜଣେ ଠିକାଦାରଙ୍କ ଠାରୁ ୨ଲକ୍ଷ ୩ ହଜାର ୯୪୦ଟଙ୍କା ଲାଞ୍ଚ ନେଉଥିଲେ । ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନ କୁଆଖିଆ ସେକ୍ସନର ଆର.ଡି. ଜେ.ଇ. ଭୀମସେନ ମହାରଣାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ପରେ ତାଙ୍କୁ ଜେରା କରାଯାଇଥିଲା । ଗତକାଲି ରାତିରେ କୁଆଖିଆ ସେକ୍ସନ ଅଫିସ ଉପରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଏହି ସମୟରେ ବିଭିନ୍ନ ବିଲ, କାର୍ଯ୍ୟାଦେଶ ଓ ଟେଣ୍ଡର ଆଦି କାଗଜପତ୍ର ଯାଞ୍ଚ କରାଯାଇଥିଲା ।

