ରାଶିଫଳ

ରାଶିଫଳ

Spread the love

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି।

ମେଷ: ଅତୀତ ସ୍ମୃତି ତାଜା ହେବ। ଆପଣ ନିଜର ସ୍ଥିତି ମଜଭୁତ କରିପାରିବେ। ଘରେ କୌଣସି ପ୍ରକାର ସୁଧାର କରିପାରନ୍ତି। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ‌

ମିଥୁନ: କୌଣସି ନୂଆ ଦାୟିତ୍ବ କାନ୍ଧକୁ ଆସିପାରେ। ସାମାଜିକ ପରିସର ବୃଦ୍ଧି ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସନ୍ଧ୍ୟାରେ ଜୀବନସାଥୀ ସହ ଆନନ୍ଦମୟ ସମୟ ଅତିବାହିତ କରିବେ। ‌

କର୍କଟ: କୌଣସି ମାମଲାରେ ଆପଣ ଭାବୁକ ରହିବେ। ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ପରିବାର ଲୋକଙ୍କ ସହିତ ମହତ୍ବପୂର୍ଣ୍ଣ ବିଷୟ ଉପରେ କଥାବାର୍ତ୍ତା କରିବେ।

ସିଂହ: ନିଜର ପରିସର ବୃଦ୍ଧି ପାଇଁ  ଯଥା ସମ୍ଭବ ପ୍ରୟାସ କରିବେ। ଟ୍ରାଭେଲ ଏଜେନ୍ସି ବ୍ୟବସାୟୀଙ୍କର ଉନ୍ନତି ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଧୁର ହେବ।

କନ୍ୟା: ଆପଣଙ୍କର ସବୁ ସମସ୍ୟା ନିବାରଣ ହେବ। ନୂଆ କାମ କରିବା ଲାଗି ଭାବି ପାରନ୍ତି। କିଛି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ।

ତୁଳା: ମନ ଭିତରେ ଦବି ରହିଥିବା କୌଣସି କଥା ସାମନାକୁ ଆଣନ୍ତୁ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ପାରିବରିକ ଜୀବନରେ ଖୁସି ଆସିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।

ବିଛା: କୌଣସି ଛୋଟିଆ ସୁଯୋଗ ଆପଣଙ୍କୁ ଧନାଢ଼୍ୟ ବନାଇପାରେ। ଉନ୍ନତି କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ।

ଧନୁ: ଆପଣଙ୍କ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। ଅଫିସ ଯିବା ସମୟରେ ଜିନିଷ ଓ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ମକର: ପୂଜାପାଠରେ ସମୟ ବିତିବ। ନିଜର ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ଚାକିରିର ନୂଆ ପ୍ରସ୍ତାବ ମିଳିପାରେ।

କୁମ୍ଭ: ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଚାକିରିରେ ନିଜର କାର୍ଯ୍ୟ ଦକ୍ଷତା ଲାଗି ଅଧିକାରୀଙ୍କ ଠାରୁ ପୁରସ୍କାର ପାଇପାରନ୍ତି। ସଙ୍ଗୀତ କ୍ଷେତ୍ରରେ ଲୋକ ଭଲ ପ୍ରଦର୍ଶନ କରିବେ।

ମୀନ: ବେପାରୀବର୍ଗଙ୍କର ଆମଦାନି ବଢ଼ିବାର ସମ୍ଭାବନା। ଚାକିରିଆଙ୍କ ଲାଗି ଦିନଟି ଭଲ। ଆଗକୁ ବଢ଼ିବାର ଅବସର ପାଇବେ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀଙ୍କୁ ଉପହାର ଦେବେ।

Leave a Reply

Your email address will not be published. Required fields are marked *