ଗୋ-ମାଂସ ବେପାରୀଙ୍କ ମୁହଁରେ ଗୋବର ବୋଳି ଗାଁ ବୁଲାଇଲେ ଲୋକେ
ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପରେ ଗୋ-ମାଂସ ବେପାରୀ ବ୍ୟବହାର କରିଥିବା ଏକ ବାଇକକୁ ସ୍ଥାନୀୟ ଲୋକେ ଭାଙ୍ଗିଦେଇଥିଲେ। ଘଟଣାସ୍ଥଳରେ ଭିଡ଼ ବଢ଼ିବା ପରେ କିଛି ଲୋକ ଦୁଇ ବେପାରୀଙ୍କ ସାର୍ଟ ଖୋଲି ମୁଁହ ଓ ଦେହରେ ଗୋବର ବୋଳି ଖାଲି ପାଦରେ ଚଲାଇ ଚଲାଇ ନେଇଥିଲେ।
ଲୋକଙ୍କ ହାତରେ ଧରାପଡ଼ି ବହେ ଛେଚା ଖାଇଲେ ଦୁଇ ଗୋ-ମାଂସ ବେପାରୀ । ଦେହରୁ ପୋଷାକ ଖୋଲି ଖାଲି ଦେହରେ ଚଲାଇ ଚଲାଇ ନେଲେ ଗ୍ରାମବାସୀ । ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇ ଥିବା ଅଭିଯୋଗରେ ଦୁଇ ଗୋ ମାଂସ ବେପାରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନ ଚିତ୍ରଡା ଫାଣ୍ଡି ଅଞ୍ଚଳରେ.ଦୁଇଜଣ ଗୋ ମାଂସ ବେପାରୀକୁ ଧରି ପୋଲିସ ହାତରେ ଦେଇଛନ୍ତି ଗ୍ରାମବାସୀ।
ମୋରଡା ବ୍ଲକ ଅଧୀନ ବାରମାଇଲ ଇଦର ଗ୍ରାମର ପିତାମ୍ବର ମୁଖୀ ଏବଂ ମୋହନପୁର ଗ୍ରାମର ସୁନାରାମ ମୁର୍ମୁ ନାମକ ଦୁଇଜଣ ଗୋ ମାଂସ ବେପାରୀ ଏକ ବାଇକ ଯୋଗେ ୪୦ କେଜିରୁ ଅଧିକ ଗୋମାଂସ ବାଲେଶ୍ଵର ଜିଲ୍ଲାରୁ ଆଣୁଥିବା ସମୟରେ ଭୋର ସମୟରେ ଚିତ୍ରଡା ପାଟପୁର ଛକରୁ ବଜରଙ୍ଗ ସେନାର ସଦସ୍ୟମାନେ ପିଛା ସେମାନଙ୍କୁ କାବୁ କରିଥିଲେ.।