ଆଜିର ରାଶିଫଳ
ମେଷ : ଯାହା କଥା ଚିନ୍ତା କରୁଛନ୍ତି ସେହି ଲୋକଟି ଆଜି ହଠାତ୍ ଆସିଯିବ । ଅଟକିଥିବା କାମକୁ ପୁରା କରିବାରେ ପଦସ୍ଥ କର୍ମଚାରୀ ଆପଣଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିପାରନ୍ତି । କୌଣସି ନୂଆ କାମ ଆରମ୍ଭ କରିପାରନ୍ତି ।
ବୃଷ : ପାରିବାରିକ ଜୀବନ ସୁଖରେ କଟିବ । ସନ୍ତାନଙ୍କ ଶିକ୍ଷା, ଦୂରଯାତ୍ରା ତଥା ପ୍ରିୟଜନଙ୍କ ସକାଶେ ଔଷଧ କ୍ରୟଜନିତ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।
ମିଥୁନ : ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇ ଟେନ୍ସନକୁ ନିମନ୍ତ୍ରଣ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରିୟାପ୍ରୀତି ତୋଷଣକୁ ନେଇ ଅପଦସ୍ଥ ହେବାର ସୂଚନାକୁ ଅଣହେଳା କରିବା ଠିକ୍ ହେବନାହିଁ । ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବାକୁ ପଡ଼ିପାରେ ।
କର୍କଟ : ନିଜର ଆବଶ୍ୟକତାକୁ ପଛକୁ ପକାଇ ଭାଇ, ବନ୍ଧୁ କିମ୍ବା ପ୍ରିୟଜନଙ୍କ ସକାଶେ ଅର୍ଥବ୍ୟୟ କରିବାକୁ ପଡ଼ିପାରେ । ଆଜି କାମ ଆରମ୍ଭ କରିବାକୁ ମନସ୍ଥ କରିବେ । ପ୍ରତୀକ୍ଷା କରିଥିବା ବନ୍ଧୁଟିକୁ ନ ପାଇବାରୁ ବ୍ୟସ୍ତ ହୋଇପାରନ୍ତି ।
ସିଂହ : ଆଜି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧି ଲାଭ ସହ ଆର୍ଥିକ ଅଭିବୃଦ୍ଧି ଘଟିପାରେ । ସ୍ବାସ୍ଥ୍ୟ ଠିକ୍ ରହିବ ଓ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଅନ୍ୟମାନଙ୍କ ଦ୍ୱାରା ପ୍ରତାରିତ ହୋଇ କିମ୍ବା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ପାରନ୍ତି ।
କନ୍ୟା : କର୍ମକ୍ଷେତ୍ରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି କାର୍ଯ୍ୟ ସାଧନ କରିବେ । ଦିନଭିତରେ ଯାହା ଓ ଯେପରି ଆଶା କରୁଛନ୍ତି ତାହା ପାଇବାରେ ଅସୁବିଧା ହେବନାହିଁ । କୌଣସି ଲୋକକୁ ସାହାଯ୍ୟ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ତୁଳା : ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା ସହ ସମ୍ପର୍କୀୟଙ୍କ ସାହାଯ୍ୟ ସହାନୁଭୂତି ଲାଭ କରିବେ । କର୍ମକ୍ଷେତ୍ରରେ ସବୁ ଦିଗକୁ ଦେଖି କାମ ନ କଲେ ଅସୁବିଧାରେ ପଡ଼ିପାରନ୍ତି । ସକାଶେ ପଡ଼ୋଶୀଙ୍କ ସହ ମନାନ୍ତରର ସମାଧାନ ହୋଇଯିବ ।
ବିଛା : ଆପଣଙ୍କ ସରଳ କର୍ମ ପ୍ରବାହ ସାଙ୍ଗକୁ ସୁନ୍ଦର ପାରିବାରିକ ଜୀବନ ଜୀବନଚର୍ଯ୍ୟାକୁ ରୁଚିପୂର୍ଣ୍ଣ କରାଇବ । ଭଲ ବ୍ୟବହାର ଓ ବିନୟପୂର୍ଣ୍ଣକଥା ବନ୍ଧୁଙ୍କୁ ଅପତି କରିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିପାରନ୍ତି ।
ଧନୁ : ଆପଣଙ୍କର ଶାନ୍ତ, ସରଳ ବିଚାରଧାରା ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରାଇବାରେ ସାହାଯ୍ୟ କରିବ । କର୍ମକ୍ଷେତ୍ରରେ ଇଚ୍ଛା ଅନୁସାରେ କାମ କରିବାର ସୁଯୋଗ ପାଇବେ ।
ମକର : ପ୍ରତ୍ୟେକ କାମ ବିଳମ୍ବରେ ହେଉଥିବାରୁ କ୍ଷୋଭ ପ୍ରକାଶ କରିବେ । ମଧୁର ବ୍ୟବହାର ଦ୍ୱାରା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ବନ୍ଧୁତା ସୃଷ୍ଟିହେବ । ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଆଧୁନିକୀକରଣ କରିପାରନ୍ତି ।
କୁମ୍ଭ : ଆଜି ଶିକ୍ଷା, ସନ୍ତାନଙ୍କ ସକାଶେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା କ୍ଷେତ୍ରରେ ସୁଫଳ ପ୍ରଦାନ କରିବ । ପ୍ରତ୍ୟେକ କଥାରେ ଉଦାର ଭାବ ପୋଷଣ କରିବା ହେତୁ ପ୍ରଶଂସିତ ହେବେ । କିନ୍ତୁ ନିଜ ପରିବାରରୁ ଆଶାନୁରୂପ ସ୍ନେହ, ଆଦର ଓ ସହାନୁଭୂତି ପାଇବା କମି ଯାଇପାରେ ।
ମୀନ : ସାମାଜିକ କ୍ଷେତ୍ରରେ ଜନ ସମର୍ଥନ ପରିବାର ଓ କର୍ମକ୍ଷେତ୍ର ପାଇଁ ସୁବିଧାଜନକ ସ୍ଥିତି ରହିବ । ହାତକୁ ନେଇଥିବା କାମ ନ ହେବାରୁ ମନ ଭଲ ରହିବ ନାହିଁ । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦିଗରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ।

